Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

ରଜ ଆସିଛି

ରଜ ଆସିଛି

1 min
6.7K


ବରଷକ ପରେ ଆସିଛିରେ ଆଜି ରଜ ।

ଗାଁ ଓ ସହରେ ଚାଲିଛିରେ ସଜବାଜ ।।

 ଗାଁମାନେ ଆଜି ସହରାଭିମୁଖୀ

ଫିକା ପଡିଲାଣି ରଜ ।

ଆମ୍ବ ବରଗଛ ମିଳୁନି ଗାଁରେ

ଦୋଳି ଟାଙ୍ଗିବାକୁ ଆଜ ।।

 କବାଡି ବାଗୁଡି ତାସ ପଶାର

ଆସର ଜମୁନି ଆଜି ।

ସାଇବୁଲା ଆଉ ରଜପାନ ଭଙ୍ଗା

ଗଲାଣି ତ ଧୀରେ ହଜି ।।

 ପରମ୍ପରାକୁ ବଞ୍ଚାଇବା ଲାଗି

ସହରେ ଚାଲେ ଉତ୍ସବ ।

କାଳକ୍ରମେ ବୋଧେ ହଜାଇ ବସିବା

ଆମେ ଏ ରଜ ଉତ୍ସବ ।।

****


Rate this content
Log in