ହଜିଯିବା ପରେ ଜହ୍ନଁ ଆକାଶ ଅଂଗନେ
ଫୁଟନ୍ତା ଫୁଲର ବାସ୍ନାରେ
ପ୍ରଜାପତିଂକ ନିଦ ଭାଂଗେ ।
ଅଳସ ଭାଂଗନ୍ତି ଡେଣା ପାଦ ସବୁ ହୁଅନ୍ତି ଚଂଚଳ
ଦିବସର ମାୟାବୀ ଆଲୋକେ
ଅନ୍ୱେଷନ୍ତି ସ୍ୱପ୍ନ, ପୁଣ୍ୟ, ଜୀବନ ।
କିଛି ସ୍ୱପ୍ନ ହଜିଯାଏ
କିଛି ମନ ଭାଂଗିଯାଏ
ତଥାପି ଆଖିରେ ସ୍ୱପ୍ନ ଭରେ
ମନ ପୁଣି ଖୋଜି ହୁଏ ମନଟିଏ,
ଗତକାଲିର ମୃତ ଜହ୍ନଁ
ଆଜିପୁଣି ଜୀବନ୍ୟାସ ପାଏ
ପ୍ରତାରିତ ଆତ୍ମାରେ ବି
ପ୍ରେମର କଦମ୍ବ ଫୁଟେ ।।
...
Email:litp.ranjan@gmail.com