Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Romance

2  

Abhakanta

Romance

ନାଲି ସୂରୁଯର ଟହଟହେ ତୁମେ

ନାଲି ସୂରୁଯର ଟହଟହେ ତୁମେ

1 min
6.7K


ନାଲି ସୂରୁଯର ଟହଟହେ ତୁମେ

 

ଆଭାକାନ୍ତ ମହାନ୍ତି

 

ନାଲି ସୂରୁଯର ଟହଟହେ ତୁମେ

              ମହମହ ଫୁଲ ବାସ,

ମୁଁ ବାଇଆ ଗୁଣୁଗୁଣୁ ମହୁମାଛି

              ପ୍ରେମଛନ୍ଦେ ଅଧିବାସ । ୦ ।

 

ସାଉଁଳା ସାଉଁଳା କଥାରେ କଥାରେ

ମୁଁ ମଗନ ରୁହେ ତୁମରି ଚିନ୍ତାରେ,

       ବାଉଳା ବାଉଳା ମଳୟରେ ମଜ୍ଜି

       ଭାବୁଛ ଯିବ କି ଅନନ୍ତରେ ହଜି,

ତେବେ ପ୍ରିୟା କିଆଁ ମନମତାଣିଆ

              ପ୍ରେମଛନ୍ଦେ ଆଦିରାସ ? । ୧ ।

 

ଗହଗହ ଏଇ ଗହଳିରେ ସତେ

ତୁମେ ରହିଛ ମୋ ହୃଦୟେ ଏକାନ୍ତେ,

       ଲହରେ ଲହରେ ହୋଇ ମୁହାଁମୁହିଁ

       ଆୟୁଷ ସୀମାରେ ଯିବା ସାଥୀ ହୋଇ,

ପହଁରି ରହୁ ଗୋ ଆମରି ଆସିବା

              ଉକୁଟାଇ ରାକା ହସ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in