Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Inspirational Others

3  

Narayan chandra Senapati

Inspirational Others

ମାଆର ବନ୍ଧନ

ମାଆର ବନ୍ଧନ

1 min
353


ମାଆ ଛୁଆଙ୍କର ଅକାଟ୍ୟ ବନ୍ଧନ

ସ୍ନେହ ପ୍ରୀତି ଛୁଆଁ ଦେଖି

ଅସମ୍ଭାଳ ମନ କଲମକୁ କହେ

ଦେଏରେ ଦିଧାଡି ଲେଖି ।

ଏ ଧରା ବୁକୁରେ ଶୀତଳ ଚନ୍ଦନ

ତା ଦେହର ମିଠା ଛୁଆଁ

ଛୁଆର କାନ୍ଦଣା ତା କାନ ଛୁଇଁଲେ

କାନ୍ଦୁଥାଏ ଧରି ରାହା ।

ଆଖିବୁଜି ସିଏ ଶାବକକୁ ଦେଖେ

ଗନ୍ଧ ବାରି ପାରେ ଚିହ୍ନି

ମୁହଁ ଦେଖି ମାପେ ପେଟର ଭୋକକୁ

ଅନ୍ତରେ ଜଳାଇ ବହ୍ନି ।

ତା ଶବଦ ଶୁଣି କଳେ ତା ଆବେଗ

ହସ କାନ୍ଦ ଭଲ ମନ୍ଦ

ପାଖେ ଘଷି ହେଲେ ଆଉଁଷେ ଧନକୁ

କହି ମୋ ଆଖିର ଚାନ୍ଦ ।

ମଣିଷ ହେଉବା ପଶୁପକ୍ଷୀ କୀଟ

ମାଆ ମମତା ସମାନ

କୋଳେ ଶିଶୁ ଥିଲେ ସବୁ ମାଆଙ୍କର

ହୃଦୟ କରେ କମ୍ପନ ।

କିଏ କହେ ଗଜ ମୁରୁଖ ଜୀବଟେ

ସେ ଜାଣେ ସମ୍ପର୍କ କଁ'ଣ

ବୁଲି ବୁଲି ଆସି ତା ଧନକୁ ଛୁଇଁ

ଆଙ୍କେ ଶୀତଳ ଚୁମ୍ବନ ।

ମାଂସ ଖାଇବାକୁ ଶିଶୁ ଜିଦ୍ କଲେ

ବୁଝାଇ କହେରେ ବାଳ

ଶାକାହାରୀ ହେଲେ ଶୁଦ୍ଧ ସୁସ୍ଥ ହେବୁ

ବଢିବ ଆୟୁଷ ବଳ ।

ଏ ସ୍ଥଳଭାଗରେ ରଖିବୁ ମୋ ନାମ

ଶୁଣିବୁ ବିରାଟ ଜୀବ

କରିବୁନି କ୍ଷତି ବିନାଦୋଷେ କା'ର

ଅନ୍ୟାୟେ ଛାଡ଼ିବୁ ରାଵ ।

ମା'ର ମମତା ଏଡାଇବୁ ନାହିଁ 

ରଖିବୁ ତାହାର ନାମ

ପ୍ରତିକଳ୍ପ ତା'ର ଏ ଭୁବନେ ନାହିଁ

(ତା)ସେବା ତୋର କର୍ମ ଧର୍ମ ।


Rate this content
Log in

Similar oriya poem from Inspirational