ବାରୁଣୀ ସ୍ନାନ
ବାରୁଣୀ ସ୍ନାନ
1 min
7K
ପୂଣ୍ୟତୋୟା ଗଙ୍ଗା କ୍ଷମତା ଧରିଛି
ପାପ କରିବାକୁ କ୍ଷୟ
ସତ କିମ୍ବା ମିଛ ହେଉ ଏହି କଥା
ଭକ୍ତଙ୍କୁ ଲାଗେ ଅଭୟ
ତଥାପି ସେ ଗଙ୍ଗା ଚାହିଁ ରହିଥାଏ
ବାରୁଣୀ ଯୋଗର ଦିନ
କୋଟି କୋଟି ଭକ୍ତ ବୁଡ ପକାଇବେ
ଧନ୍ୟ ହେବ ତା ଜୀବନ
ପାପୀଙ୍କର ପାପ କ୍ଷୟ ହୋଇଯିବ
ମୁକତି ଲଭିବା ପାଇଁ
ଭକ୍ତଙ୍କ ସ୍ନାନରେ ମୋ ଯଶ ରହିବ
ଗଙ୍ଗା ମନେ ଭାବୁଥାଇ
ପାଠକ ମଣ୍ଡଳି ଏ କଥାର ଅର୍ଥ
ବୁଝ ଟିକେ ଦେଇ ଧ୍ୟାନ
ପର ଉପକାରେ ସନ୍ତୋଷ ମିଳଇ
ପୂଣ୍ୟ ହୁଅଇ ଅର୍ଜନ
ଚିତ୍ତ ରଞ୍ଜନ ଲେଙ୍କା (କଟକ)