Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

5.0  

ପ୍ରଶାନ୍ତ କୁମାର ବେହେରା

Romance

ଅଦମ୍ୟ ପିପାସା

ଅଦମ୍ୟ ପିପାସା

1 min
6.6K



ମୋ ମନର ମାନସୀ ଗୋ

ତୁମେ ଅସାମାନ୍ୟ ସୁନ୍ଦରୀ

କେତେ ଯତନେ ସତେ

ଗଢିଛି ବିଧାତା ତୁମକୁ

କରି ତ୍ରିପୁର ସୁନ୍ଦରୀ ।

ସ୍ୱପ୍ନର ନାୟିକା ତୁମେ

ରୂପବତୀ ରାଜକନ୍ୟା

ମୋ ଆଶାର ପ୍ରୀତିଫୁଲ ତୁମେ

ପରୀ ରାଇଜର ପରୀଟିଏ ।


ଆକାଶର ଦୂର ଦିଗବଳୟରେ

ଲମ୍ବିଥିବା ସପ୍ତରଙ୍ଗର

ଇନ୍ଦ୍ରଧନୁର ପଥରେ

ମେଘ ସବାରିରେ ବସି

ମୋ କଳ୍ପନାରେ ତୁମେ

ଆସ ଝୁଲି ଝୁଲି ।


ମୋ ସୁନେଲି ସ୍ୱପ୍ନର

ଗହିରିରେ ଆସି

ଅସୁମାରି ଆଶାର

ଝରକାରେ ଦେଖାଦେଇ

ଆକାଂକ୍ଷିତ ହୃଦୟରେ

ଆସ୍ଥାନ ଜମାଇ

ମନରେ ଅଦମ୍ୟ ପିପାସା

ଜାଗ୍ରତ କରାଇ

ପ୍ରୀତିସୁଖ ଲୁଟିବାକୁ

ସବୁବେଳେ ତୁମେ

କର ଆନମନା ।


ମୁଁ ଠିକ୍ ଜାଣେ

ତୁମ ସୌନ୍ଦର୍ଯ୍ୟର

ଯେପରି ସୀମା ନାହିଁ

ମୋ ନିରବ ପ୍ରତୀକ୍ଷାର

ବି ଅନ୍ତ ନାହିଁ ।

ଖାସ୍ ସେଥିପାଇଁ

ତୁମେ ତ ଅହରହ

ବିଚରଣ କରୁଥାଅ

ମୋ ଗୋଲାପି ସ୍ୱପ୍ନରେ

ଆଉ କଳ୍ପନାରାଜ୍ଯରେ ।


ସପ୍ନରେ ମୋହାଚ୍ଛନ୍ନ ହୋଇ

ଅଦମ୍ୟ କାମ ପିପାସାର

ଚରିତାର୍ଥ ପାଇଁ

ତୁମ ନିକଟରେ

ପ୍ରଣୟଭିକ୍ଷା କରି

ପାଇଯାଏ ସବୁକିଛି ।

ସେଇ ମୁଠା ମୁଠା ସ୍ୱପ୍ନ

ମିଠା ମିଠା ଶିହରଣରେ

ଆତ୍ମ ବିଭୋର୍ ହୋଇ

ରଖିଥିବି ସବୁବେଳେ

ତୁମକୁ ମୋ ହୃଦୟର

ନିଭୃତ କୋଣରେ ।


*****************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in