ହେ ଜଗଦୀଶ୍ଵର !
ହେ ଜଗଦୀଶ୍ଵର !
ହେ ଜଗଦୀଶ୍ଵର !
ତୁମେ ତ ନିତ୍ୟ ରାସରେ ରତ ,
ମୁଁ କିନ୍ତୁ ମାୟାର କଣ୍ଟାରେ ଆହତ,
ରକାକ୍ତ ଆଉ ଶରବିଦ୍ଧ 'ମୁଁ ଓ ମୋ'ର ଶରଶଯ୍ୟାରେ
ମୃତ୍ୟୁକୁ ଅପେକ୍ଷାରତ ପ୍ରତିଟି ମୁହୂର୍ତ୍ତର ଆରମ୍ଭ ଓ ଶେଷବିନ୍ଦୁରେ ।।
ହେ ଦଗଦୀଶ୍ଵର !
ଖୋଜେ ମୁଁ ତୁମକୁ
ରସୋ ବୈ ସଃ 'ର ମଧୁଘୋଷରେ
ତୁମ ପତିତପାବନୀ ଧ୍ଵଜାର ଆଶରେ
ଆଶାୟିତ ପ୍ରାଣ ଆଜି ସ୍ପନ୍ଦିତ
ହେଲେ ଆଶାର କିରଣ ତ ଢାଙ୍କିଛି ମାୟାମେଘର ଆଢୁଆଳରେ ।।
ହେ ଜଗଦୀଶ୍ଵର !
କୃପାକୁ ନ ଲୁଚାଇ ଦୟାକର
ଓଜାଡ଼ି ଦିଅ ସ୍ନେହ ପସରା ,
ବୁହାଇଦିଅ ପ୍ରେମର ଧାରା ,
ଦୁନିଆରେ (ସୁ ,କୁ) ଦୁଇ ପକ୍ଷ ରଖିବାରେ ଯଦି ଏତେ ରୁଚି,
ତେବେ ବେଶୀ ହନ୍ତସନ୍ତ କରନା, ପ୍ରଭୋ !
ଆଶୁ ତୋଷେ କୃପା କର ,ଦୟାକର ଦୀନବାନ୍ଧବ, ହରେ !
ପ୍ରେମର ଫଲ୍ଗୁ ବୁହାଇଦିଅ ହତାଶାର ହୃଦ ମରୁରେ ...।।