Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

3  

Parshuram Biswal

Others

ଦେଲୁନାହିଁ ମୋତେ ମୋ ଆତ୍ମବିଶ୍ୱାସ

ଦେଲୁନାହିଁ ମୋତେ ମୋ ଆତ୍ମବିଶ୍ୱାସ

1 min
13.9K


ଦେଲୁନାହିଁ ମୋତେ ମୋ ଆତ୍ମବିଶ୍ୱାସ

 

ପର୍ଶୁରାମ ବିଶ୍ୱାଳ

 

ସରଗକୁ ନାହିଁ ନିଶୁଣି ଜଗାରେ, ବଡ଼ଲୋକକୁ ଉତ୍ତର,

ଦେଲୁନାହିଁ ମୋତେ ମୋ ଆତ୍ମବିଶ୍ୱାସ କହ କିଆଁ ନିରୁତ୍ତର?

ମୋ କର୍ମପଥରେ ଆଗେଇବି କେହ୍ନେ

ସବୁକାମଟି ବେକାର ।

 

ଗାନ୍ଧୀ ମହାତମା ଦୃଢ଼ ଆତ୍ମବଳ ଦେଲା ଆମ ସ୍ୱାଧୀନତା,

ତା ସାଥିରେ ମିଶି ରହିଥିଲା ପ୍ରଭୁ ନିର୍ଭୀକ ସତ୍ୟବାଦିତା,

ଆଜି ସିଏ ପୂଜ୍ୟ, ଆଜି ସେ ନମସ୍ୟ

ପିତା ସିନା ଏ ଜାତିର ।

 

ଆତ୍ମବିଶ୍ୱାସଟି ଯା’ ହୃଦରେ ନାହିଁ, ବିଫଳତା ତା’ର ବନ୍ଧୁ,

ତା’ର ବେଳ ଗୋଟି ଗଡ଼ି ଗଡ଼ି ଯାଏ, ଭାଗ୍ୟକୁ ସେ ନିନ୍ଦୁନିନ୍ଦୁ,

ସଫଳତା ଶିଡ଼ି କି ଚଢ଼ିବ ସିଏ

ସନ୍ଦେହୀ ମନଟି ତା’ର ।

 

ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଆତ୍ମବିଶ୍ୱାସରେ ଯେ ସତକରମ କରେ,

ଫଳପ୍ରାପ୍ତି ଦିନେ ତା କପାଳେ ଲେଖା ହୋଇଚି ଏଇ ସଂସାରେ,

ଦେଶ-ଜାତି ପାଇଁ କାମ କରେ ସିଏ

ଦେଖେନା କେବେ ଅନ୍ଧାର ।

 

ଆଜି ଯୋଡ଼ହସ୍ତେ ମାଗୁଚି କାଳିଆ, ଦେଏ ମୋ ଆତ୍ମବିଶ୍ୱାସ,

କରିବି ମୁଁ ସେବା ଜନମଭୂଇଁର, ଥିବାଯାଏ ମୋ ନିଃଶ୍ୱାସ,

ଗୁଣ୍ଡୁଚି ଭଳିଆ ବାଲି ମୁଁ ଝାଡ଼ିବି

ବନ୍ଧ ଏଇ ସମାଜର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in