Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Romance Tragedy

4.6  

ବି. ନିରୁପମା

Romance Tragedy

ହେ ଦରଦୀ ବନ୍ଧୁ

ହେ ଦରଦୀ ବନ୍ଧୁ

1 min
6.8K


ହେ ଦରଦୀ ବନ୍ଧୁ-ମୋ ପ୍ରତି ଦରଦ

ତୁମର କି ଆଉ ନାହିଁ ,

ଭାଙ୍ଗିଗଲା ବେଳେ ତୁମ ଆଶ୍ୱାସନା

ଖୋଜିଲେ ମିଳୁନି କାହିଁ !

ଆପଣାର ହୋଇ ମୁହଁ ମୋଡ଼ିଦେଲେ

ହୃଦୟକୁ ହୁଏ ବାଧା ,

ବିପଦେ ଆପଦେ ପଡ଼ିଗଲା ବେଳେ

ମନେପଡ଼ ତୁମେ ସଦା ।

ଖୋଜି ବୁଲେ ତୁମ ଆଶ୍ବାସନା ଟିକେ

ଆସିଯାଏ ଯେବେ କୋହ ,

ହୁଏତ ଏହାକୁ କହିପାର ତୁମେ

ଇଏ ମୋର ତୁଚ୍ଛା ମୋହ ।

ସଂସାରୀ ହୋଇ ମୁଁ ଅଛି ଏ ସଂସାରେ

ତା' ନିୟମେ ହୋଇ ବନ୍ଧା ,

ମନ-ପ୍ରାଣ ଦେଇ କରୁଅଛି ପରା

ତୁମ ନିର୍ଦ୍ଦେଶିତ ଧନ୍ଦା ।

ତଥାପି କାହିଁକି ତୁମେ ବେ-ଦରଦୀ

ମୋ ଠାରୁ ରହୁଛ ଦୂରେ ,

ତୁମ ବିନା ମୁଁ ଯେ ପୂରା ହତଶିରି

ନିରେଖିକି ଦେଖ ବାରେ ।

ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in