ପ୍ରଦୂଷଣ ଦୁଃଖ
ପ୍ରଦୂଷଣ ଦୁଃଖ
ହେ ମାନବ ସମାଜ ହୁଅ ସଚେତନ
ନାହିଁ ସୁସ୍ଥ ପରିବେଶ ;
ବିଷାକ୍ତ ପଦାର୍ଥ ହେଉଛି ନିର୍ଗତ
ଏସୃଷ୍ଟି ହେବ ସତେ ଧ୍ୱଂସ !
ଅଶେଷବିଭବ ଜଙ୍ଗଲ ସମ୍ପଦ
ଅବକ୍ଷୟ ଘଟେ ନିତି ;
ବୃକ୍ଷବନ୍ଧୁ କାନ୍ଦେ କୁଠାରଆଘାତେ
ଏମାନବର ନାହିଁ ଭିତି !!
କଳକାରଖାନା ସପନ ଭାବନା
ପରିବେଶ କରେ ନଷ୍ଟ ;
ନିର୍ଗତ ଧୂଆଁରେ ରୋଗ ଶୋକ ବଢ଼େ
ଦୁଃଖ ହୁଏ ଉପବିଷ୍ଟ !!
ପ୍ରତିକାର ପନ୍ଥା ଥାଇ ମଧ୍ୟ ଜଣା
ଅବହେଳା କରେ ଜାଣି ;
ଚରା ରୋପିବାରେ କୃପଣ ସେ ସାଜେ
ଶୁଣେ ନା ଅମୃତ ବାଣୀ !!
ଜଙ୍ଗଲ ଛାତିରେ କାରଖାନା ଗଡ଼େ
ଏ ସଭ୍ୟ ମାନବ ଆଜି ;
ବିଷାକ୍ତ ବାଷ୍ପରେ ପ୍ରଶ୍ୱାସ ସେ ନିଏ
ସ୍ୱପ୍ନ ଦେଖେ ଆଖି ବୁଜି !!
ନୂଆ ନୂଆ ରୋଗ କରେ ସିଏ ଭୋଗ
ବିଷ ଜଳ କରି ପାନ ;
ନଦୀ କି ସାଗର ସବୁତ ଦୂଷିତ
ତଥାପି ଚେତୁନି ମନ !
ଆବର୍ଜନା କୁଣ୍ଡ ନଦୀ ଗର୍ଭସତ୍ୟ
କାରଖାନା ଉଦାରତା ;
ବିଷ ଢାଳିବାରେ ଏ କାରଖାନାଲାଗେ
ଏଇ ବୋଧେ ସରସତା !!
ଉଚଅଟ୍ଟାଳିକା କଂକ୍ରିଟ୍ ର ରସ୍ତା
ଗଢିବା ରେ ସିଦ୍ଧହସ୍ତ ;
ସବୁଜ ବନାନୀ କାନ୍ଦୁଛି ବାହୁନି
ଏ ମଣିଷଟା ଶତୃସତ୍ଯ !!
ଅସମ୍ଭବରୂପେ ଖରା ତାତି ବଢ଼େ
ନାହିଁ ବୃକ୍ଷ ବନ୍ଧୁ ଜାଣ ;
ତାପ ନିୟନ୍ତ୍ରଣ କିଏ ବାକରିବ
ଏ ବନ୍ଧୁକୁ ମାରିଛ ବାଣ !!
ଅସହ୍ୟ ହେଲାଣି ଖରାତାତି ପୁଣି
..ବରଷକ ବାରମାସ ;
ଛଟପଟ ହୁଏ ନିରୀହ ମଣିଷ
ଅଂଶୁଘାତେ ଲିଭେ ହସ !!
ଶେଷ ଅନୁରୋଧ ହେ ମାନବ ସମାଜ
ହେଜ ମୋର ଗୁରୁ ବାକ୍ୟ ;
ସୁସ୍ଥପରିବେଶ ଆଣିଦେବ ହସ
ପ୍ରଦୂଷଣହେଲେ ମୁକ୍ତ !!
sadabanda sahoo;
ଧୁରୁସିଆ ; ଆଠଗଡ ; କଟକ ;