Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Abstract

0.2  

Hrushikesh Satpathy

Abstract

ଅପର୍ଣ୍ଣା

ଅପର୍ଣ୍ଣା

1 min
298


ନାରୀର ଭୂମିକା ଆଶା ଅବନ୍ତିକା

    ରୂପେ ରୂପେ ରୂପାୟନ,

ତାଆରି କୋଳର ଦକ୍ଷିଣ ଈଶ୍ୱର

    ପୁରୁଷ ପୁରୁଷୋତ୍ତମ !


ନାରୀ ଯେ ଭଗିନୀ ଦୁହିତା ସର୍ବଣୀ

    ଜନନୀ ସହଧର୍ମିଣୀ ,

ବାମାଙ୍ଗ ବନ୍ଦିନୀ ଲକ୍ଷ୍ମୀ ସ୍ୱରୂପିଣୀ

   ସୁପ୍ରିୟା ସେ ଅର୍ଦ୍ଧାଙ୍ଗିନୀ ।


ସ୍ତ୍ରୀ ରୂପିଣୀ ନାରୀ ଶାସ୍ତ୍ର ଶିରୋମଣି

    ଗୃହଲକ୍ଷ୍ମୀ,ଜଗଦ୍ଧାତ୍ରୀ ,

ଅଗଣା ତୁଳସୀ  ମନ୍ଦ ମନ୍ଦ ହସି

   ପୁଣ୍ୟ ଅର୍ଜେ ଦିବାରାତ୍ରି ।


ପତି ହିଁ ତା'ପାଇଁ  ପରମ ଈଶ୍ୱର

   ପତି ସେବା ତା'ର ଧର୍ମ,

ଧର୍ମରେ ଧର୍ମରେ କର୍ମରେ କର୍ମରେ

   ଅର୍ଜି ଚାଲେ ସୁକରମ ।


ଜାୟା ସ୍ୱରୂପିଣୀ ସୌଭାଗ୍ୟଶାଳିନୀ

    ପୂଜା,ବ୍ରତ ଉପବାସ ,

ପୁଣ୍ୟ ପରଶରେ ପରିବାରରେ ଢାଳେ

   ମହାର୍ଘ ଜ୍ୟୋତି ପ୍ରକାଶ ।


ସୁଲକ୍ଷଣୀ ସିଏ  ସାଧ୍ବୀ ତପସ୍ୱିନୀ

    ତା' ଅନ୍ତର ଅନ୍ତରାଳେ ,

ହସି ଖେଳୁଥାଏ, ଖେଳି ସେ ହସାଏ

    ଭାଗ୍ୟ ବିବର୍ତ୍ତନ ଫଳେ ।


ପରିବାର ପାଇଁ ସ୍ୱତଃସ୍ପୃତ ହୋଇ

    ଜୀବନର ଜଳାଞ୍ଜଳି ,

ଦେଇ ପାଇଥାଏ ଚରମ ଆନନ୍ଦ

    ପୁଣ୍ୟତୀର୍ଥର ଅଞ୍ଜଳି ।


ପିତୃପୁରୁଷଙ୍କ  ସଦ୍ଗତି ପ୍ରାର୍ଥନା

   ତା' ବିନୁ ନୁହେଁ ସମ୍ପୂର୍ଣ୍ଣ ,

ଅଙ୍ଗନ ଅପର୍ଣ୍ଣା ସେ ସ୍ୱୟଂ ସମ୍ପୂର୍ଣ୍ଣା

    ଅର୍ଣ୍ଣପୂର୍ଣ୍ଣା ପ୍ରୀତି ପୂର୍ଣ୍ଣ ।


ଧୈର୍ଯ୍ୟର ଧରିତ୍ରୀ ଜ୍ଞାନରେ ସୌମିତ୍ରୀ

    ଜିଜ୍ଞାସୁ ସେ ଜୟପ୍ରଦା ,

ଲୁହର ବନ୍ଧରେ   ଲୁହକୁ ଲୁଚାଇ

    ସନ୍ତାନ ପାଇଁ ଅନ୍ନଦା ।


ଲାଞ୍ଛନା ଭତ୍ସନା ଶତ ନିର୍ଯ୍ୟାତନା

    ପୃଷ୍ଠା ପୃଷ୍ଠା ପ୍ରବଞ୍ଚନା,

ସହି ଚାଲିଥାଏ  ପିଇ ଚାଲିଥାଏ

   ବାଣ୍ଟିଚାଲେ ଆଶ୍ୱାସନା ।


Rate this content
Log in

Similar oriya poem from Abstract