Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ସତେ କେମିତିକା ପ୍ରେମ ଇଏ

ସତେ କେମିତିକା ପ୍ରେମ ଇଏ

1 min
13.9K


ପ୍ରେମ

ଅଢେ଼ଇ ଅକ୍ଷର ସିନା

ହେଲେ କେତେ ଯେ ପବିତ୍ର

କେତେ ଯେ ସୁନ୍ଦର

କେତେ ମର୍ମସ୍ପର୍ଶୀ ସିଏ

ଯିଏ ଦୁଇଟିଆତ୍ମାକୁ ଯୁଗ ଯୁଗ ପାଇଁ

ଏକାକାର କରିଦିଏ

ସତେ କେମିତିକା ପ୍ରେମ ଇଏ ।

ଗୋଟିଏ ଦେଖାରେ ଆଖି ମିଶିଯାଏ

ଗୋଟିଏ ଛୁଆଁରେ ଆତ୍ମା ସହ ଆତ୍ମା

ଏକାକାର ହୋଇଥାଏ

ଦେହରୁ ଦେହାତୀତ ଯାଏ

ସତେ କେମିତିକା ପ୍ରେମ ଇଏ।

ମରୁଭୂମି ଲାଗେ ସବୁଜ ଗାଲିଚା

ନିର୍ବାକ ନିସ୍ପନ୍ଦ ଶରୀର ଭିତରେ

ଅଚାନକ ସ୍ପନ୍ଦନ ଜାଗ୍ରତ ହୁଏ

ସତେ କେମିତିକା ପ୍ରେମ ଇଏ ।

ସାଥୀ ପାଇଁଭରେ ହୃଦୟେ ବେଦନା

ଜଣକୁ ଲାଗିଲେ ଜଣକୁ ଯନ୍ତ୍ରଣା

ଯୁଗ ଯୁଗ ପାଇଁ ପ୍ରେମର ରଜ୍ଜୁରେ

ସେ ଆତ୍ମାକୁ ବାନ୍ଧି ଦିଏ

ସତେ କେମିତିକା ପ୍ରେମ ଇଏ ।

ମନର ତୀବ୍ରତା ହୁଏ କ୍ଷୀପ୍ରତର

ଦେଖାଯାଏ ନାହିଁ ପାଶେ ଅବା ଦୂର

ସ୍ନେହ ମମତା ର ସେ ଅକ୍ଷୁର୍ଣ୍ଣ ଡୋର

ଆହୁରି ନିବିଡ ହୁଏ

ସତେ କେମିତିକା ପ୍ରେମ ଇଏ ।

ଘଟଣା ହେଉ କିବା ଦୂର୍ଘଟଣା

ପ୍ରେମ ହୁଏନାହିଁ କେବେ ବାଟବଣା

ପରସ୍ପର ଥାଏ ଅତୁଟ ବିଶ୍ୱସ

ଯେତେଦିନ ଥାଏ ଶରୀରେ ନିଶ୍ୱାସ

ସାଥୀ ପାଇଁ ସାଥୀ ଜୀବନ ବି ଦେଇଦିଏ

ସତେ କେମିତିକା ପ୍ରେମ ଇଏ ।


ମମତା ମଞ୍ଜରୀ ଦାସ,ବାଲିସାହି,ମଧୁପାଟଣା,କଟକ

ଦୂରଭାଷ ୯୭୭୭୪୭୩୨୭୭


Rate this content
Log in