Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭରଷା
ଭରଷା
★★★★★

© Ashok kumar Sethi

Others

1 Minutes   6.8K    4


Content Ranking

ତମ ଭରଷାରେ

ଯଦି ଭରଷା ନରଖିବି ;

ଥକିତ ପଡିଛି ଚାଲୁଛି ବୋଲି

କେମିତି କହିବି...!

ବିଶ୍ୱାସ ତ ଗୋଡ ଛନ୍ଦି ଦିଏ ,

ଝୁଣ୍ଟିଲି ବୋଲି

ଓହରି ଯିବି ବୋଲି କାହିଁକି କହିବି.. ?

ଶୁଭେଚ୍ଛା ତ ଚାରିଆଡୁ ଶୁଭୁଛି

ଭାଗ୍ୟଟା କେଜାଣି ଶୋଇଛି

କି ଚିଆଁଇଛି ..!

ପରତେ ପ୍ରତିଶ୍ରୁତିରେ 

ବଢ଼ାଇଛି ହାତ 

ହାର ଜିତ ସବୁ ତ

ନିୟତି ବିହିତ ।

ହାରି ପୁଣି ଜିତିବାର

ରଖିଛି ବିଶ୍ୱାସ ,

ବୋଧହୁଏ ସେଥିପାଇଁ 

ବଂଚିଛି ସତ ;

ତମେ ତ ଶିଖାଇଛ 

ଜିଇଁବାର ବାଟ ।

ଅଶୋକ କୁମାର ସେଠୀ

କଲ୍ୟାଣପୁର , ନୟାଗଡ଼ 

ମୋ -9861060152

 

ଭରଷା ବିଶ୍ୱାସ ନିୟତି

Rate the content


Originality
Flow
Language
Cover design

Comments

Post

Some text some message..