Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

0.6  

Parshuram Biswal

Others

ରାଇଜଟି ଧନୀ, ଲୋକଟି ଗରିବ

ରାଇଜଟି ଧନୀ, ଲୋକଟି ଗରିବ

1 min
13.2K


ରାଇଜଟି ଧନୀ, ଲୋକଟି ଗରିବ

 

ପର୍ଶୁରାମ ବିଶ୍ୱାଳ

 

ଯୋଉ ଜାତି ଦିନେ ବଢ଼େଇଥିଲାରେ ଦେଶ-ବିଦେଶ ବେପାର,

ବୋହି ଆଣୁଥିଲା କେତେ ଧନରତ୍ନ, ତୋ ପାଖେ ଅଛି ଖବର,

ଶୁଣିବାକୁ ଜଗା ଭଲ ଲାଗୁନାହିଁ

ସେ ପଛ ଅନଗ୍ରସର ।

 

ରାଇଜଟି ଧନୀ, ଲୋକଟି ଗରିବ, ଶୁଣିଚୁ କି କହ କାହିଁ,

ପାଣି, ଜଙ୍ଗଲ ସେ ଖଣିଜ ସମ୍ପଦ କୋଉଟା ଅଭାବ ନାହିଁ,

ତେବେ ବି ଗରିବୀ କରୁଚି ରାଜୁତି

ବସି ଦେଖୁ ଶ୍ରୀମନ୍ଦିର ।

 

କେ’ ବିଦେଶୀ ଆସି କଲେ କାରଖାନା, ବାହାରଇ ରାଜନୀତି,

ରାଇଜ ପ୍ରଗତି କା’ ମନରେ ନାହିଁ, ଖାଲିରେ କ୍ଷମତାପ୍ରୀତି,

ଗୋଡ଼ ଟଣାଟଣି ଦେଖି କମ୍ପାନୀଟି

ଭୁଲେ ଓଡ଼ିଶା ବେପାର ।

 

କାମ ନକରି ଏ ଜାତିଟା କିମିତି ଉପରକୁ ଯିବ ଉଠି,

ଓଡ଼ିଆ ଯୁବକ କରୁଚି ପସନ୍ଦ ଦେଶ-ବିଦେଶରେ ବେଠି,

କସ୍ତୁରୀ ମୁରୁଗ ବୁଝୁନାହିଁ ସିଏ

ତା ନାଭି କସ୍ତୁରୀ ଘର ।

 

କହିଦେ କାଳିଆ ବୁଝେଇ ତୋ ପୁଅ ସବୁ ଅଛି ଘରେ ଖଞ୍ଜା,

କାହିଁ ସେ ନଯାଇ ଏଇଠି ଖଟିଲେ ହବ ସିଏ ନିଶ୍ଚେ ରଜା,

ତା ରାଇଜ ନାଆଁ ଭାରତରେ ନୁହେଁ

ପଡ଼ିବ ସାରା ସଂସାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in