Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajini Upadhaya

Inspirational Others

2.4  

Pankajini Upadhaya

Inspirational Others

ମାଆ

ମାଆ

1 min
14K


ସକଳ ଠାରେ ଆସୀନ

ଅମଳିନ ଦୀପଶିଖା

ପରିତୃପ୍ତିର ପରିଭାଷା

ଅନନ୍ତ ନୀଳିମା

ପୁଣି ଅପରିର୍ଯ୍ୟାପ୍ତ

ସ୍ନିଗ୍ଧ ଶାନ୍ତ କୋମଳ ପରଶ

ମରୁଭୂମି ପରିର୍ଯ୍ୟାପ୍ତ ସୀମାହୀନ

ବିସ୍ତୀର୍ଣ୍ଣ ବାଲୁକା

ଚରଣର ପଦରଜ ସ୍ଵର୍ଗର ସୁଷମା

ଆନନ୍ଦର ଆତିଶର୍ୟ୍ୟ

ପୁଣି ପ୍ରେରଣାର ବେଗଗାମୀ

ସ୍ଵଚ୍ଛ ସ୍ରୋତସ୍ଵିନୀ

ବେଳ ଅବେଳରେ

ନିଦ୍ରାର କୋଳରେ

ଘୁମେଇ ପଡିବାବେଳେ

ସୋମ୍ୟତାର ପବିତ୍ର ଆଭାସ

ସୁଖର ସରୋବର

କେବେ ଦୁଃଖର ଦରିଆ

ସହନଶୀଳତା ଧୈର୍ଯ୍ୟର ସୁଦୃଢ ପ୍ରାଚୀର

ଲଜ୍ଜାବତୀ କୁଳୁ କୁଳୁ ଝରଣାର ଜଳ

ସ୍ଥିତପ୍ରଜ୍ଞ ଅବିଚଳତା ପଣର

ଗଙ୍ଗାର ପ୍ରବାହ

କେବେକେବେ ସାଗରର ଉତ୍ତାଳ ତରଙ୍ଗ

ଭେଦଭାବ ହୀନ ତୋର ଖାଦ୍ୟର ଭଣ୍ଡାର

ସେଥିରେ ମିଳେ ଦେବଭୋଗ୍ୟ

ପ୍ରସାଦ ବାସ୍ନାମୟ

ହଜିଲା ଭିଜିଲା ଵେଳେ

ଆତ୍ମ ତୃପ୍ତିର ନିବିଡ ଆସ୍ଵାଦ

ସ୍ନେହ ସୌହାର୍ଦ ଭକ୍ତିର ବିରଳ ପ୍ରତିମା

ଅତୁଳନୀୟ ପରିବ୍ୟାପ୍ତ

ଅସୀମ ଆକାଶ

ମାତୃ ଦିବସରେ ଘେନ

ଭକ୍ତି ନିବେଦନ

ମାତୃ ଜାତିକୁ ମିଳୁ

ପ୍ରକୃତ ସମ୍ମାନ

ସାରା ବିଶ୍ଵବାସୀଙ୍କୁ

ଏହି ନିବେଦନ।


Rate this content
Log in

Similar oriya poem from Inspirational