Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କ୍ରମଶଃ

କ୍ରମଶଃ

1 min
7.1K


ରୋମାଣ୍ଟିକ କବି ମାୟାଧର ମାନସିଂହ


ପ୍ରଥମେ ନ ଥିଲା ସ୍ନେହ,ପରେ ପରିଚୟ

ଅଙ୍କୁରିତ କଲା ହୃଦେ ।ପୂର୍ବର ସଂଶୟ

ଧୀରେ ଧୀରେ ସ୍ଥାନ ଦେଲା ନବ ବିଶ୍ୱାସରେ

ଉପେକ୍ଷା ହୋଇଲା ଶେଷେ କ୍ରମଶଃ ସ୍ନେହରେ ।

ମନେଅଛି ମୋର ପ୍ରିୟେ ପ୍ରଥମ ସମୟେ

ଶଙ୍କିତ ଚରଣ କ୍ଷେପେ, ଅର୍ଦ୍ଧ-ପରିଚୟେ

ଦ୍ବିଧା-ଜଡ଼ ସମ୍ଭାଷଣେ,ଆସ ଅଭିସାରେ

ନିଶୀଥେ ମନ୍ଦିରେ ମମ ।ନୀରବ ନିଶାରେ

କ୍ରମେ କ୍ରମେ ପରିଚୟ ହେଲା ପରସ୍ପରେ

ବର୍ଦ୍ଧିଷ୍ଣୁ ବିଶ୍ୱାସ ସହ ।ହେଲା ଅନ୍ୟୋନ୍ୟରେ

କ୍ରମେ କ୍ରମେ ପରିପୂର୍ଣ୍ଣ ଆତ୍ମ-ସମର୍ପଣ

ପରମ ନିର୍ଭର ସହ ।ସଲଜ୍ଜ ଭାଷଣ

ଫଳେ ଆଜି ଅବଶେଷ ;ଆଜି ବିନିମୟ

ମୁଖର ପ୍ରଣୟ ସାଥେ,ମୁଖର ପ୍ରଣୟ ।

ସମାପ୍ତ


Rate this content
Log in