Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିଶିଗନ୍ଧା ---------------------!
ନିଶିଗନ୍ଧା ---------------------!
★★★★★

© Ram Prasad Bisoi

Others

1 Minutes   6.4K    4


Content Ranking

ନିଶିଗନ୍ଧା ---------------------!

କିଏ ! କହିଲା ତମେ ନାହଁ ବୋଲି ମୋ ପ୍ରତି ଆଳପନା ଯେ ତମ ପାଇଁ, ତମେ ତ ଅଛ ! ମୋ ଠାରୁ ଅପହଞ୍ଚ ଦୂରତାରେ ମୁଁ ଯେ ଆଧୁରା , ତମ ବିନା ।(୧)

ଆଜି ! ତମ ଅସ୍ତିତ୍ବ ଏକ ପ୍ରଶ୍ନବାଚୀ ଚିହ୍ନ ? କେତେ ଯେ କହିଁ ଚାଲିଥିବି, କାହାକୁ କେମିତି ବୁଝାଇବି ,ତମେ କୁହ ! ତମ ବିନା ଆଧୁରା ଏ ଜୀବନ ବଞ୍ଚି ଚାଲି ଥିବି ଯେତେ ଦିନ ଅଛି ଏ ମୋର ପ୍ରାଣ , ତମ ଆତ୍ମା ସହ ଯେ ମୋ ଆତ୍ମା ବିଲୀନ , ତମେ ନାହଁ ! ମୁଁ ଅଛି ! ତମେ ଭୁଲି ଯାଅ ! କଥା ଦେଇ ମୁଁ ବୁଲୁଛି ! ତମ ସ୍ମୃତିର ପରିଧିରେ ଵିନ୍ଦୁ ଟିଏ ହୋଇ, ନିଶଗନ୍ଧା ତମେ ରାତ୍ରିର ବିଳମ୍ବିତ ପ୍ରହରରେ ଆସ ! ପୁଣି ଫେରି ଯାଅ ପାହାନ୍ତିଆ ସକାଳକୁୁ କରି ସାଥୀ କୁହୁଡ଼ି କେତେ ଯେ କହିଚାଲିଥିବି ସମସ୍ତଙ୍କୁ ତମେ ମୋର କେହି ନୁହଁ , ତମେ ମୋର କେହି ନୁହଁ କେବଳ ମାତ୍ର ମୋର ସବୁ ରଜନୀରେ ମହକୁଥିବା ନିଶିଗନ୍ଧା ! ମୋର ଏକାନ୍ତ ନିଜସ୍ୱ ନିଶିଗନ୍ଧା ""ନିଶିଗନ୍ଧା ""।

ରାମ ବିଶୋଇ (କାଶ୍ୟପ) ରାୟଗଡ଼ା । ସମୟ ରାତ୍ର-୧୨-୧୬ ମି, ତା-୦୫-୦୬-୧୬ ।

ନିଶିଗନ୍ଧା ---------------------!

Rate the content


Originality
Flow
Language
Cover design

Comments

Post

Some text some message..