Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଭୁଲ ଥିଲା ପାଖୁଡ଼ାରେ

ଭୁଲ ଥିଲା ପାଖୁଡ଼ାରେ

1 min
6.7K


ଅଧେ ଧରଣୀର ନିଦ୍ରା ଉପହାର

ପାଇ ଶୋଇଥିଲେ ଯେବେ;

ଭାରତ ତାହାର ସ୍ଵାଧୀନ ପାଇବ

ଚେଇଁ ରହିଥିଲେ ସର୍ବେ l

‘କୋକୋ’ ଉପହାର ପାଇଁ ମିଆଁମାର

ଭଡା ନେଇ ସିନା ଚୀନ;

ଅତି ସହଜରେ ତଥା ସତର୍କରେ

ଜାଣିଛି ଆମର କାମ

କାଶ୍ମୀର ସମାନ ଆକର୍ଷଣ ସ୍ଥାନ

‘କାବୁବେଲି’ ବୋଲ ଯା’କୁ;

ପାଇଁ ପୁଣି ହେଲା; ଆମର ପଡୋଶୀ

ଚାଇନା ପାଇଛି ତାକୁ l

ନେପାଳର ମନ ରାଜା ତ୍ରିଭୁବନ

ଇଚ୍ଛା କଲେ ଭାରତରେ,

ମିଶିଯିବେ, କିନ୍ତୁ ହେଲା ନାହିଁ ହେଲେ

ଭୁଲ ଥିଲା ବୁଝିବାରେ l

ପଞ୍ଚଶୀଳ ନୀତି ଚୀନା ସହ ପ୍ରୀତି

ମହଙ୍ଗା ପଡିଲା ଦିନେ,

ଯୁଦ୍ଧ କରିବାକୁ ପଛାଇଲା ନାହିଁ

ହାରିଥିଲେ ଆମେ ମାନେ,

ଫଳରେ ଆମର ଚଉଦ ହଜାର

ବର୍ଗଫୁଟ ସ୍ଥାନ ମାନ,

କୈଳାଶ ପର୍ବତ ମାନସରୋବର

ଅନେକ ଆହୁରି ସ୍ଥାନ l

ହରାଇଲେ ଆମେ ଅକ୍ତିଆର ତାର

ଚୀନ ଓ ଭାରତ ଭାଇ,

ସର୍ଦ୍ଦାର ପଟେଲ କହିଥିଲେ କିନ୍ତୁ

ଚିନକୁ ଚିହ୍ନିନ କେହି l

ସତରେ ପଛରୁ ଯୁଦ୍ଧ- ଛୁରି ମାରି

ପ୍ରମାଣ କରିଲା ଚୀନ,

ତୁମ କୂଟନୀତି ଦୁର୍ବଳ ଆମଠୁ

ହରାଇଲ ତେଣୁ ସ୍ଥାନ l


Rate this content
Log in