Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

4  

Parshuram Biswal

Others

ଫେରେଇଦେ’ ଜଗା ଆମ ଭାଇଚାରା

ଫେରେଇଦେ’ ଜଗା ଆମ ଭାଇଚାରା

1 min
13.1K


ଫେରେଇଦେ’ ଜଗା ଆମ ଭାଇଚାରା

 

ପର୍ଶୁରାମ ବିଶ୍ୱାଳ

 

କି କହିବି ଜଗା ମୋର ଗାଆଁ କଥା, ଲାଗୁଅଛି ଭାରି ଦୁଃଖ,

କି ଥିଲା, କି ହେଲା ଭାବୁଚି ମୁଁ ନିତି ଆରେ ମୋ କଳାଶ୍ରୀମୁଖ,

ହତଶୀରି ଆଜି ଗଲା ସବୁ ହଜି

ନାହିଁ ସେ ସରଗ ସୁଖ ।

 

ମୋ ଗାଆଁର ଭାଗବତ ଟୁଙ୍ଗି ଗୋଟି ଦେଖିବାକୁ ପାଉନାହିଁ,

ଗାଆଁ ଭଲମନ୍ଦ କଥା କେ’ ବିଚାର କରିବ କୋଉଠି ଯାଇ,

ଶୁଭୁନାହିଁ ଝାଞ୍ଜ ମୃଦଙ୍ଗ କୀର୍ତ୍ତନ

କାହିଁ ଗଲେ ସେଇ ଲୋକ ?

 

ଯୋଉ ଭାଇ ଦୁଃଖ ଦେଖିଲେ ନୟନେ କାନ୍ଦୁଥିଲା ତା’ର ଭାଇ,

ସେକଥାଟି ନାହିଁ, ଖାଲି ଈର୍ଷା ଗୋଟି ରାଜୁତି ଯାହା କରଇ,

ରାଜନୀତି ପୋକ ରୋଗିଣା କଲାଣି

ଗାଆଁ ମଣିଷ ବିବେକ ।

 

ଗାଆଁ ପିଲା ଆଜି ନିତି ମଦ ପିଇ ଛକରେ ଜମାଏ ଭିଡ଼,

କାମ କରୁନାହିଁ, ମୁରବୀ ମାନୁନି, ଜୁଆ-ତାଆସରେ ମାଡ଼,

ଖଟିବାକୁ ମନ ବଳୁନାହିଁ କା’ର

ଖେଳ-ନାଚରେ ସଉକ ।

 

ଚାଳଘର ମଜା ନାହିଁ ଏଠି ଆଉ, କୋଠାରେ ସବୁରି ନିଘା,

ମଣିଷପଣିଆ କଥା କେ’ କହେନା, ଲୋଡ଼ା ସେଇ ସ୍ୱାର୍ଥ ପଘା,

ଫେରେଇଦେ’ ଜଗା ଆମ ଭାଇଚାରା

ହସୁ ମୋ ଗାଆଁ ମୁଲକ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in