Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Inspirational

5.0  

ପ୍ରଶାନ୍ତ କୁମାର ବେହେରା

Inspirational

ଉଠ-ଜାଗ -ଆଖିଖୋଲ ଅହଲ୍ୟା

ଉଠ-ଜାଗ -ଆଖିଖୋଲ ଅହଲ୍ୟା

1 min
4.7K



ନାରୀ !

ଈଶ୍ବରଙ୍କ ସୃଷ୍ଟିର ଖୁବ୍ ଆକର୍ଷଣୀୟ

ମନୋମୁଗ୍ଧକର ସୁନ୍ଦର ସୁ କୋମଳ

ରୂପ ପ୍ରାଚୁର୍ଯ୍ୟରେ ଭରା

କମନୀୟ ଚେହେରା ତୁମେ ।


କେତେଦିନ ଆଉ ତୁମେ

ଲମ୍ପଟ ପୁରୁଷର ପଣ୍ୟଶାଳାରେ

ଅସହାୟ ବନ୍ଦିନୀ ସାଜି

ଅତି ନଗନ୍ୟ ଓ ନଗ୍ନ ହୋଇ

ନିଜ ଭିତରେ ଚପାଇ ରଖିଥିବ

ନିର୍ଯ୍ୟାତନାର ସେଇ କରୁଣ କାହାଣୀ ?


ଲଜ୍ଜା ଓ ସାମାଜିକ ପ୍ରତିଷ୍ଠା ପାଇଁ

ନିଜ ହୃଦୟକୁ ଚୁର୍ ଚୁର୍ କରି

କାମୁକ ପୁରୁଷର ଯାବତୀୟ

ଯୌନ ବିକୃତିକୁ ସ୍ୱୀକୃତି ଦେଇ

କେତେଦିନ ସହ୍ୟ କରୁଥିବ

ତୁମ ନିଭୃତ ନାରୀତ୍ୱର

ସେଇ ବିଭତ୍ସ ବ୍ୟଥା ?


ସତରେ ତୁମେ କଣ

ଏ ଯାଏ ଏତିକି ଜାଣିନ ?

ତୁମ ଶରୀର କେବଳ ତୁମର

ତା' ଉପରେ ଆଉ କାହାର ବି

କୌଣସି ପ୍ରକାର ଅଧିକାରର

ପ୍ରଶ୍ନ ହିଁ ଉଠୁନି ।


ଉଠ , ଜାଗ ,

ଆଖିଖୋଲି ଦେଖ ,

ମୁହଁ ଫିଟାଅ ,

ଏବେ ସମୟ ଆସିଛି

ଭାଙ୍ଗିଦିଅ ତୁମ ସମସ୍ତ ନାରୀସୁଲଭ

ଲାଜ ସରମ ଓ ସାମାଜିକ କଟକଣା l


ମାମଲା ଫିଟାଅ,

ଲମ୍ପଟ ଚରିତ୍ର ଉପରୁ

ପରଦା ଉଠାଅ,

ତୁମ ସୌନ୍ଦର୍ଯ୍ୟ ଓ ଯୌବନକୁ ନେଇ

ଖେଳ ଖେଳୁଥିବା କ୍ଷମତାଶାଳୀ କାମୁକଙ୍କ

କଳା କାରନାମା ସବୁ ବଖାଣ l

ଏବେ ତୁମକୁ କେହି କହିବେନି

ଦୋଷୀ, ବେଶ୍ୟା କିମ୍ୱା ଚରିତ୍ରହୀନା ।


ମନେରଖ ତୁମେ

ଅସମ୍ଭବ ବୋଲି କିଛି ନାହିଁ ଏବେ

ପାଷାଣୀ ଅହଲ୍ୟାରୁ

ସଶକ୍ତ ନାରୀରେ ରୂପାନ୍ତରିତ ହୋଇ

ଅତ୍ୟାଚାରିତା, ଶୋଷିତା, ଲାଞ୍ଚିତା ଆଦି

ଶବ୍ଦ ସବୁକୁ ବହୁ ଦୂରକୁ

ଫିଙ୍ଗି ଫୋପାଡ଼ିବାର

ସମୟ ଆସିଯାଇଛି l


****************************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in