Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଯାଇଥିଲି ଫାଣ୍ଡିକି...

ଯାଇଥିଲି ଫାଣ୍ଡିକି...

2 mins
1.1K


ଯାଇଥିଲି ଫାଣ୍ଡିକି...

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ପୁରୁଣା ସାଇକେଲ୍ ହୋଇଗଲା ଚୋରି

ଆଉ କିଛି ପାରିଲିନି ବୁଦ୍ଧି ବିଚାରି

ସାଙ୍ଗ ବିଭୀଷଣକୁ କହିଲି ସବୁରି

କଥା ଶୁଣି ଦେଲା ଉତ୍ତର

ଏଫ୍.ଆଇ.ଆର୍. ନିହାତି ଦରକାର

ଫାଣ୍ଡି ନାଆଁ ଶୁଣି ମୋର ହାଇ ବ୍ଲ ଡପ୍ରେସର

ମୋ ହାଲ୍ ଜାଣି କହିଲା - କିଆଁ ଡର

ଯିବା ସାଙ୍ଗ ହୋଇ ନାଲି କୋଠାଘର

ସନ୍ଧ୍ୟାବେଳେ ଯାଇ ପହଞ୍ଚିଲୁ ଫାଣ୍ଡିରେ

ବଡ଼ବାବୁ ବସିଥିଲେ ଚେୟାରରେ

ଦେଖି ଆମକୁ କଲେ ବିକଟ ଚିତ୍କାର

ଯେମିତି କେଉଁଠିକାର ତସ୍କର

କହିଲେ : କ’ଣ ଅଭିପ୍ରାୟ ଆସିବାର

କହିଲୁ : ଲେଖାଇବାକୁ ଆସିଛୁ ଏଫ୍.ଆଇ.ଆର୍.

ସାଙ୍ଗେସାଙ୍ଗେ ଥାନାବାବୁ ଫାୟାର୍

ଏଥିପାଇଁ ତ ଆଗ ବଟି ଦରକାର

ଭାଇ ମାମଲାଟି ୭୦୦ ହେଲା ଦେବାର

ପକେଟରୁ ଟଙ୍କା କଲି ବାହାର

ଏଫ୍.ଆଇ.ଆର୍. କପି ନେଇ ଆସିଲୁ ଘର

ଦିନେ ସକାଳୁ ହାବିଲଦାର କଲା ଖବର

ଡାକିଛନ୍ତି ବଡ଼ବାବୁ ହେବାକୁ ହାଜର

ସେଦିନ ବିଭୀଷଣ ନଥିଲା ସହରେ

ବଡ଼ ସାହସ କରି ପହଞ୍ଚିଲି ଫାଣ୍ଡିରେ

ଦେଖି ବଡ଼ବାବୁ ଛାଡ଼ିଲେ ହସର ଫୁଆର

ଚେୟାରରେ ବସିଯାନ୍ତୁ ସାହୁକାର

ମାଲ୍ ରାତିରେ ହୋଇଛି ଉଦ୍ଧାର

ଏଥିପାଇଁ ମାଲପାଣି ଖର୍ଚ୍ଚା ଦରକାର

ଏହା ଶୁଣି ବିଚରା ମୁଁ ଥରହର

କହିଲେ : ମିଳୁ ଅବା ହେଉ ଚୋରି, ବା ଯାଉ ମରି

ସବୁଥିରେ ବଟି ଆଗ ଦରକାରୀ

ଏଇଥିପାଇଁ ତ କରିଛୁ ପୋଲିସ୍ ଚାକିରି

୬୦୦ରେ ଫାଇନାଲ୍ ହେଲା ମାମଲା ଏଥର

 

ଟଙ୍କା ନେଇ ବଦଳିଗଲା କହିବା ସ୍ୱର

ଗୋଦାମରେ ଜମା ହୋଇଛି ଜିନିଷ ଚୋରି

ରିଲିଜ୍ ଅର୍ଡର କୋର୍ଟରୁ ହେବ ଜାରି

ଆମେ ଆଉ କିଛି ପାରିବୁନି କରି

ଧର ଯାଇ ଓକିଲ ଆଉ ମୋହରି

ସକାଳୁ ଦୁଇଜଣ ଗଲୁ କୋର୍ଟର ଦ୍ୱାର

ଓକିଲ ବାବୁ ଥିଲେ ସେଠି ହାଜର

କହିଲେ ଦରକାର ଜାମିନଦାର

ଖର୍ଚ୍ଚ ବାବଦକୁ ମାତ୍ର ଏକ ହଜାର

କୁନ୍ଥେଇ ମୁନ୍ଥେଇ ଟଙ୍କା କଲି ବାହାର

ରିଲିଜ୍ ଅର୍ଡର ହେଲା ଜାରି

ସାଇକେଲଟି ଗଲା ବାହାରି

ନଥିଲା ତା’ର ଆଉ ଅସ୍ଥି ପଞ୍ଜର

ଭାବିଲି ଘରକୁ ନେବା ବେକାର

ପୁଣି ଟଲି ଖର୍ଚ୍ଚ ୨୦୦ ଦରକାର

ବିଭୀଷଣକୁ ପଚାରିଲି କିସ କରିବାର

ସାଙ୍ଗେସାଙ୍ଗେ କବାଡ଼ିଆକୁ କଲା ଖବର

ଦେଖିକରି କବାଡ଼ିଆର ରୋଳ ଜବର

ଆଗ ଟାୟାର ଟିଉବ୍ କର ବାହାର

ତା’ପରେ କରିବି ଓଜନ ଏହାର

ପାଖରେ ଅଛି ଦୋକାନ ଘର

ଦୁଇଜଣଯାକ ଟେକିଆଣ ଏଥର

ଆଉ ଅବସ୍ଥା ନଥିଲା ଦୁଇଜଣଙ୍କର

ଏକାସଙ୍ଗେ ବାହାରିଲା ଗୋଟାଏ ସ୍ୱର

ବିନା ଓଜନରେ କେତେ ଦେଇପାର

କହିଲା ଶହେ ଟଙ୍କା ସାହୁକାର

ମୁଁ କହିଲି ଜମା ୧୦୦ ସାଇକେଲର

ଆଉ ଟଙ୍କାଟେ ବି ଅଧିକ ନାହିଁ ଏହାର

ହୋଇଗଲା ବିକ୍ରି, ୧୦୦ ଟଙ୍କା ହେଲା ଦର

ବିଭୀଷଣ ପଛରେ ବସି ଭାବୁଥିଲି ଅଜବ ବେପାର

ସାଇକେଲର ମୂଲ୍ୟ ୩୦୦

ଏଫ୍.ଆଇ.ଆର୍. କପି ୭୦୦

ମାଲ୍ ଉଦ୍ଧାର ଖର୍ଚ୍ଚ ୬୦୦

କୋର୍ଟରୁ ରିଲିଜ୍ ଖର୍ଚ୍ଚ ୧୦୦୦

ସମୁଦାୟ ଖର୍ଚ୍ଚ ହେଲା ୨୩୦୦

ବିକ୍ରୀ ମୂଲ୍ୟ ସମୁଦାୟ ୧୦୦

ଦିନଟି ହେଲା ବେକାର

ଏହା ପୋଲିସ୍ ଆଉ ନ୍ୟାୟପାଳିକାର ବିଚାର

ଏହି ପ୍ରଶ୍ନର ଉତ୍ତର

ନା ପାଠରେ ନା ଶାଠରେ

ନା ବାଟରେ ନା ଘାଟରେ

କେବଳ ପୁଲିସିଆ ମଠରେ

ଖାଇଲି ରାଣ, କଲି ପଣ, ନାମ ଧରି ଈଶ୍ୱର

ଯେତେ ଆସୁ ଛୋଟ ବଡ଼ ଫାୟାର

କେବେ ଲେଖାଇବି ନାହିଁ ଏଫ୍.ଆଇ.ଆର୍.

ଯିଏ ଏହାର ମଜା ପାଇଛି ପାନେ

ଜୀବନସାରା ରଖିବ ମନେ

ଦୁନିଆର ସବୁଠାରୁ ବଡ଼ ଇଲମ୍

ପୋଲିସର ଅଚଂଛା ଜୁଲମ

ଏମିତି ଭାଇ ଜଗତେ ନାହିଁ

ସମସ୍ତଙ୍କର, ସମସ୍ତେ ତାହାର

ପୋଲିସ୍ ଏଠି ନୁହେଁ କାହାର

କାହାକୁ କହିବି କେତେ ମୁଁ ହାରିଲି

ଫେରିପାଇବାକୁ

ଚୋରି ସାଇକେଲ ଖଣ୍ଡିକି,

ଯାହା ମୋର ହେଲା ଜଳାପୋଡ଼ା ଭାଇ

ଯାଇଥିଲି ବୋଲି ଫାଣ୍ଡିକି...

ଦେବା ଆଉ ନେବା ଉଭୟ ଭ୍ରଷ୍ଟାଚାରୀ

ଜନତା ଶିଖାଉଛନ୍ତି ଚୋରି

ମାନସିକତାରେ ପରିବର୍ନ ଜରୁରୀ

ଅନ୍-ଲାଇନ୍ ହେଉ ଜନତାଙ୍କ ଗୁହାରି ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy