Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଚିଠି ଅନାମିକାକୁ

ଚିଠି ଅନାମିକାକୁ

1 min
6.7K


#ଚିଠି ଅନାମିକାକୁ।
 
*
କବି ନୁହେଁ ,
ଅନାମିକା ପ୍ରିୟତମା,
ସବୁବେଳେ ରହେ ସିନା
ତୋ ଭାବରେ ଚୁର,
ଶବ୍ଦ କିଛିକୁ ନେଇ
ଲେଖି ଦିଏ କିଛି ପଂକ୍ତି,
ତୁ ତାକୁ କୁହ: କବିତା ସମ୍ଭାର
କିନ୍ତୁ ମୋ ଲାଗି 
ସେ ଅନୁଭୂତି
#ନିର୍ବାସନରବେଦନା-----!
**
ପ୍ରତିତ ଚିତ୍ରଟିଏ ତୋର ଆଙ୍କିଥିଲି,
ହୃଦୟେ,
ମାଗିଲି ତତେ ଛାଡି ଯିବା ଆଗରୁ 
ମୋ ପରିଚୟ,
ତୋ ନୀରବତା ଯେ ଥିଲା ଅସହ୍ୟ,
ତେଣୁ କହିଲି,
ଯିବୁ ତ ଯିବୁ,ଯା ଚାଲି,ମୋ ଭଳି ପ୍ରେମିକ ଖୋଜିଲେ ସାରା ଜଗତେ,
ପାଇବୁ ନି କେବେ,
ଯିବୁ ତ ଯା,-----------!!
***
ସାତଟି ଦୀପ ଜାଳି ଭସାଇ ଦେଲି
ଗତକାଲି, 
ଝଞ୍ଜାବତୀର ବଢ଼ିପାଣିର ମଝି ସୁଅରେ,
ଏ ଜନମେ ସିନା କଲୁ ତୁ ସାତପର,
ଆଗାମୀ ,
ସାତଟି ଜନ୍ମକୁ ମାଗିନେଲି
ତତେ,
ନିରଦ,ଅନଳ,ଆକାଶ, ,
ପୃଥିବୀ,ବାୟୁ, 
ଇତ୍ୟାଦି,ପଞ୍ଚତତ୍ଵଙ୍କୁ 
ବେଳ ବୁଡ଼ିଲା ବେଳେ
ଅଭୁଲା ତୁ, ଅଭୁଲା ରହିବୁ
ଶେଷ ନିଶ୍ୱାସ ମୋର ମାଟିକୁ 
ଶେଷଥର,ଚୁମିବା ପର୍ଯ୍ୟନ୍ତ,
#ଅନାମିକା 
ଯେ ତୁ ପ୍ରିୟତମା ମୋର------!!!
 
କାଶ୍ୟପ,ରାୟଗଡା,


Rate this content
Log in