Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

3  

Santosh Pattnayak

Others

ଶରତର ଆଗମନେ

ଶରତର ଆଗମନେ

1 min
13K



ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ

ଲୋହିତ ଆକାଶ ତଳେ

ଅପୂର୍ବ ସୁନ୍ଦର ଦୃଶ୍ୟରେ ଶୋଭିତା

ପାର୍ବଣ ଋତୁର କାଳେ….0

ନଭରେ ହସୁଛି ଶରତ ଯାମିନୀ

ସରିତେ ହସଇ କଇଁ

ବଉଦ ଫାଙ୍କରୁ ଜହ୍ନ ଚାହୁଁଅଛି

ମୁରୁକି ହସକୁ ଦେଇ ….୧

ନୀଳ ଆକାଶର ଚନ୍ଦ୍ରମାକୁ ଦେଖି

ଫୁଲେଇ ଧରଣୀ ରାଣୀ

କାଶତଣ୍ଡୀ ଫୁଲେ ଗଭାକୁ ସଜାଏ

ସବୁଜ ବନାନୀ ବେଣୀ….୨

ସଧିର ସମୀରେ ଅଧିର ମନରେ

କୁମୁଦିନୀ ଉଷା ପ୍ରେମେ

ପ୍ରକୃତି ପ୍ରାଚୁର୍ଯ୍ୟ ଲାଗଇ ଆଶ୍ଚର୍ଯ୍ୟ

ଶରତର ଆଗମନେ….୩


Rate this content
Log in