Audio

Forum

Read

Contests

Language


Write

Sign in
Wohoo!,
Dear user,
ଆହେ ପ୍ରଭୁ ଜଗନ୍ନାଥ
ଆହେ ପ୍ରଭୁ ଜଗନ୍ନାଥ
★★★★★

© K. Nirmal

Inspirational Others

1 Minutes   7.0K    9


Content Ranking

ସାରା ଜଗତକୁ ଚଳାଉଛ ତୁମେ

ଆହେ ପ୍ରଭୁ ଜଗନ୍ନାଥ,

କରୁଣା କର ହେ ଏହି ଭକତକୁ

ଟାଣିବାକୁ ଦିଅ ରଥ ।

ବଡ଼ଦାଣ୍ଡେ ବସି ତୁମରି ନାମକୁ

ଜପୁଥିବି ମୁଁ ଅନ୍ତରେ,

ଭାବ ଦୁନିଆରେ ରଖିଥିବ ପ୍ରଭୁ

ଭକତକୁ ହୃଦୟରେ ।

ଅଧମ ବାଳକ କିଛି ଜାଣିନାହିଁ

ଭଜୁଛି ତୁମରି ନାମ,

ତୁମରି ହୃଦୟେ ରଖିଦିଅ ମୋତେ

ତୁଣ୍ଡେ ଥାଉ ତୁମ ନାମ ।

ନାମ ଜପି ଜପି ଦିନ ବିତେଇବି

ନ କରିବି ମୁହିଁ ହେଳା,

ଆନନ୍ଦ ବଜାରେ ନିର୍ମାଲ୍ୟ ପାଇ କି

ଭଜୁଥିବି ଚକାଡୋଳା ।।

କେ.ନିର୍ମଳ

ବାସୁଦେବପୁର, ଭଦ୍ରକ

ଜଗତ ବାଳକ ନିର୍ମାଲ୍ୟ

Rate the content


Originality
Flow
Language
Cover design

Comments

Post


Some text some message..