Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ନାରୀ

ନାରୀ

1 min
290


ନାରୀ

******

ସୁଖର ଅମୃତକୁ ନିଜର ସନ୍ତାନ ସନ୍ତତି ମାନଙ୍କ ସୁଖ ପାଇଁ

ସେମାନଙ୍କ ମଧ୍ୟରେ

ବିତରଣ କରି

ଦୁଃଖ ରୁପକ ହଳାହଳ ବିଷକୁ

ପାନ କରେ ଯିଏ

ସିଏ ହେଉଛନ୍ତି ନାରୀ ।

ସେ ସୃଷ୍ଟିକାରିଣୀ

ସେ ପାଳନକାରିଣୀ

ସେ ସଂହାରକାରିଣୀ

ସେ ଜନନୀ

ସେ ଜାୟା

ସେ ଭଗିନୀ ।

ଯିଏ ସନ୍ତାନ ସୁଖରେ ପାଏ ଅପାର ଆନନ୍ଦ

ଦୁଃଖରେ ବୁହାଇଦିଏ ତା ଲୋତକରୁ ଶୋକର ମନ୍ଦାକିନୀ

ସେ ହେଉଛି ନାରୀ ।

ସେ ସ୍ନେହ ପ୍ରେମ କୋମଳତାର ଏକ ମୂର୍ତ୍ତିମନ୍ତ ପ୍ରତୀକ

ତ୍ୟାଗ ର ମୂର୍ତ୍ତିମନ୍ତ ବିଗ୍ରହ

ସେ ଯୁଗ ପ୍ରବର୍ତ୍ତକ ।

ସେ ଏକାଧାରରେ ଗାର୍ଗୀ

ମୈତ୍ରେୟୀ ,

ସେ ଲୋପାମୁଦ୍ରା

ସେ ମଦାଳସା

ସେ ଜଗତର ଆଶା ଓ ସାହା ଭରସା ।

ସେ ଆଉ କେହି ନୁହନ୍ତି

ସେ କେବଳ ନାରୀ

ସେ ନାରାୟଣୀ

ସେ ଯୁଗ ଯୁଗର

ଅବିସ୍ମରଣୀୟ କାହାଣୀ ।

ସେ ନାରୀ ସେ ନାରୀ ,

କିନ୍ତୁ ବୁଝେ ନାହିଁ ଏ ପୁରୁଷ ସମାଜ

ପକେଇ ଚାଲେ ନାରୀ ଉପରେ

କୁଦୃଷ୍ଟି ।

ମନେ ପକାଏନି ଥରେ ହେଲେ

ରାବଣ,ଦୁର୍ଯ୍ୟୋଧନ,ଦୁଃଶାସନ କଥା

ଯିଏ ଟଳି ପଡିଥିଲେ ନାରୀ ଉପରେ ନଜର

ପକାଇ

ମାଟିରେ ମିଶି ଯାଇଥିଲେ

ସମାଜର ଏକ କୁଖ୍ୟାତ

ବ୍ୟକ୍ତିତ୍ବର ପରିଚୟ ନେଇ ।

କିନ୍ତୁ ବାସ୍ତବରେ ନାରୀ ହିଁ

ଏ ସୃଷ୍ଟିର ସୃଷ୍ଟି ।

*******

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ।

ଫୋନ ନମ୍ବର- 9178225764


Rate this content
Log in