ଅଭିଶାପ ବୋଲି କିଛି ଥାଏ କି ?
ଅଭିଶାପ ବୋଲି କିଛି ଥାଏ କି ?
ଅଭିଶାପ ବୋଲି କିଛି ଥାଏ କି ? କେଜାଣି ?
ମୋ ପାଇଁ ତ ସବୁକିଛି ଆଶୀର୍ବାଦମୟ... ଯେମିତିକି,
ବର୍ଷା ହେଲେ ଭିଜିବି ଆଉ ମରୁଡ଼ିରେ
ଶୁଖିଲା ମାଟି ସାଙ୍ଗରେ ଯୁଝିବି
ଶୀତ ହେଲେ କୁହୁଡ଼ିରେ ହଜିବି ଆଉ ଖରା ହେଲେ
ଡହ ଡହ ତାତିରେ ମୁଁ ସିଝିବି
ପ୍ରେମ କଲେ ମିଠା ହସ ହସିବି ଆଉ ଘୃଣା କଲେ
ଧାର ଧାର ଲୁହରେ ମୁଁ ତିନ୍ତିବି
ଈର୍ଷାରେ ମୁଁ ଜଳିବିନି
ବରଂ ସେ ତତଲାରେ ତରଳିବି
ନିଶାରେ ମୁଁ ଖୋଜିବିନି
ବରଂ ନିଜକୁ ଥରୁଟେ ହରେଇବି ।