Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ପିଆସୀ ମୋ ମନ

ପିଆସୀ ମୋ ମନ

1 min
6.8K


ପିଆସୀ ମୋ ମନ

 

ଆଭାକାନ୍ତ ମହାନ୍ତି

 

ପିଆସୀ ମୋ ମନ

       ତୁମେ ଶିରାବଣ

ମୋ ଘର ସାହାରା

       ତୁମର ଗଗନ । ୦ ।

 

ବିନ୍ଦୁ ହୋଇ ମୁଁ ସିନ୍ଧୁ ପିଇବି

       ମନ ସିନା ଚାହେଁ ଏହା

ହେଲେ କି ହୋଇବ, ଜୀବନ ମୋହର

       ଜାଳେ ବଇଶାଖୀ ବାଆ

ଶୁଖି ଶୁଖି ଖାଲି ଚାହିଁରହିଛି ଗୋ

       ମୁଁ ତୁମରି ଆଗମନ । ୧ ।

 

ରୁଣୁଝୁଣୁ ସ୍ୱରେ ତୁମେ ଆସିବ ଗୋ

       ଗୁଣୁଗୁଣୁ ଗୀତ ଗାଇ

କହିପାରୁନି ମୁଁ  ମୋ ମନ ବେଦନା

       ପାରିବ କି ନାହିଁ ଛୁଇଁ

ରହିଛି ପରା ଗୋ ତୁମ-ମୋ ଭିତରେ

       ବହୁ ଦୂର ବ୍ୟବଧାନ । ୨ ।

 

ଛୁଅଁ କି ନ ଛୁଅଁ ଏଇ ମୋ ଜୀବନେ

       ସେ'ଲାଗି ଶୋଚନା ନାହିଁ

କଳ୍ପନାରେ ତୁମ ମହ୍ଲାରେ ହଜିବି

       ଟିକିଏ ଆଶ୍ୱାସ ପାଇଁ

ତୁମେ ପଥବଣା ହେଲେ ହୋଇବ ଗୋ

       ଜୀବନର ମୂଲ୍ୟାୟନ । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in