Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ସମୟ

ସମୟ

1 min
13.9K


ସମୟ...

ଏକ ପରିବର୍ତ୍ତନର ଧାରା

ଯେମିତି ବଦଳେ,

ମନ, ରତୁ ଓ ପରିସ୍ଥିତି

ସମୟ..

ଏକ ଘୂର୍ଣ୍ଣାୟମାନ ଚକ

ଘୂରୁଥାଏ ଯେମିତି

ପୃଥିବୀ ସୂର୍ଯ୍ୟ ଓ ତାରା

ସମୟ.

ଏକ ମାନକ ମାପ ଦଣ୍ଡର

ଅବଧି. ଦଣ୍ଡ ଦିନ ମାସ ବର୍ଷ ଓ ଶତାବ୍ଦୀର

ସମୟ..ଆଜି ଅଛି ଅତୀତରେ ଥିଲା ଭବିଷ୍ୟତରେ ରହି ଥିବ ମଧ୍ୟ

ସମୟ ରଜ୍ଜୁରେ ବନ୍ଧା ସଚରାଚର

କିନ୍ତୁ ପରିବର୍ତ୍ତନ ଧାରା ନିଜସ୍ଵ

ଯାହା ପ୍ରତୀୟମାନ ହୁଏ

ପ୍ରତ୍ୟକଙ୍କ

କର୍ମରେ ଧର୍ମରେ ଓ ଆଚରଣରେ

ହୋଇପାରେ ଏହା

ବିକାଶମୁଖୀ ସତ୍ କର୍ମ ଅଥବା

ବିନାଶକାରୀ ଅସତ୍ କର୍ମ

ସମୟ ସହ ଅନିବର୍ତ୍ତୀତା

ପ୍ରତ୍ୟକଙ୍କ ଧର୍ମ, ବାଞ୍ଛନୀୟ ମଧ୍ୟ

ଏହା..

ଆଦର୍ଶ ବାଦ ରେ ଘୃଣ୍ୟ କର୍ମରେ ନୁହେଁ

ସମୟ ସହ ତାଳ ଦେଇ ଚାଲି ନ ପାରିଲେ

ହେବାକୁ ପଡେ.

ଅଲୋଡା, ଅଜଣା, ଅଣ ଦେଖା

ସୁଦୂର ନଗଡା ର ନଗ୍ନତା ପରି

ଅଉ ଫେରିବାକୁ ପଡେ

ପଛକୁ... ପଛକୁ... ପଛକୁ

ଇତିହାସ ପୃଷ୍ଠାର

ସୁଦୂର ଅତୀତର

ସେହି ପୁରାତନର ପ୍ରସ୍ତର ଯୁଗକୁ torymirror.com//read/story/oriya/2orev2ao/ii-asthi-iii


Rate this content
Log in

Similar oriya poem from Inspirational