Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Tragedy

5.0  

Bauribandhu Lenka

Tragedy

କାହିଁକି ମୁଁ ସତ କହିବି

କାହିଁକି ମୁଁ ସତ କହିବି

1 min
13.2K


(1)

କାହିଁକି ମୁଁ ସତ କହିବି ପ୍ରଭୁ ହେ

ତୁମ ମିଛ ଦୁନିଆରେ I

ମିଛ ଯେ କହୁଛି ସବୁ ସୁଖ ତାର

ରହୁଛି ସେ ଆନନ୍ଦରେ II

(2)

ମିଛ କହିବାର ଅଭ୍ୟାସଟା ଯଦି

ଥାଆନ୍ତା ମୋ ପିଲାଦିନୁ I

କେତେ ଯେ ସୁବିଧା ମିଳିଥାନ୍ତା ମୋତେ

ଭୁଲିଥାନ୍ତି ଦୁଃଖ ମନୁ II

(3)

'ସତ କହିବାକୁ କିଆଁ ଡରିବି' ମୁଁ

ଗାଉଥିଲି ପିଲାଦିନେ I

ସତ କହି ଆଜି ହଟହଟା ହୁଏ

କେହି ନ ଶୁଣନ୍ତି କାନେ II

(4)

'ସତ୍ୟ ନ୍ୟାୟ ପଥେ ଘେନି ଯା୍ଅ ମତେ'

କରୁଥିଲି ମୁଁ ପ୍ରାର୍ଥନା I

ସେ ପ୍ରାର୍ଥନା ଫଳ ମିଳେ ଆଜି ମୋତେ

ଖାଲି କଷ୍ଟ ଓ ଯାତନା II

(5)

ପଦେ ପଦେ ଆଜି ଭ୍ରଷ୍ଟାଚାର ଚାଲେ

ନାହିଁ କା'ର ନିୟନ୍ତ୍ରଣ I

କା' ଆଗେ କହିବି କିଏ ବା ବୁଝିବ 

ନାହିଁ ମୋର ପରିତ୍ରାଣ II

(6)

ସତ୍ୟ ନ୍ୟାୟ ପଥେ ଚାଲି ଏ ଜଗତେ

ଭୋଗୁଛି କଷଣ ମୁହିଁ I

କାହିଁକି ମୁଁ ସତ କହିବି ଉତ୍ତର 

ଦେବ କି ହେ ଭାବଗ୍ରାହୀ II

*******


Rate this content
Log in

Similar oriya poem from Tragedy