Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Romance Abstract Others

2  

Trupti Paikaray

Romance Abstract Others

ପ୍ରେମର ଛାନ୍ଦ

ପ୍ରେମର ଛାନ୍ଦ

1 min
6.6K


ସପନେ ସପନ ଛନ୍ଦା ହୋଇ,

ମନରେ ମନଟେ ବନ୍ଧା ହୋଇ,

ଶହେ ଶ୍ରାବଣ ଆସେ ଯହିଁ

ଫୁଲରେ ବସନ୍ତ ମହକେ ତହିଁ II

ଫଗୁଣ ଫଗୁରେ ଗଗନ ମଗନ,

ଅଥୟ ଅଧୀର ହେଉଥାଏ ମନ; 

ସ୍ନିଗ୍ଧ ଶୀତଳ ସୁମଧୁର ସମୀର 

ଝନଝନ ଝଙ୍କାର ମେଘର ମଲ୍ଲହାର,  

ପ୍ରେମର ଲଗନେ ମହକେ ଜୀବନ

ହୃଦୟେ ହୃଦୟ ହେଇଯାଏ ଲୀନ II 

ଆକାଶ ଏକ କାହାଣୀ ଲେଖେ,

ସାଗର ଢେଉରେ ତରଙ୍ଗ ରଚେ,

ମଳୟ ପୁଣି ସପନ ବୁଣି

ଚଇତି ପବନ କାନିକୁ ଟାଣି,

ଇନ୍ଦ୍ରଧନୁର ରଙ୍ଗ ଚୋରେଇ 

ଫୁଲର ବାସରେ ଚହଟେ ରାତି II 

ସପନେ ସପନ ଛନ୍ଦା ହୋଇ,

ମନରେ ମନଟେ ବନ୍ଧା ହୋଇ,

ପ୍ରେମର ଛାନ୍ଦ ରଚା ହୁଏ II


Rate this content
Log in