Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswa Bharati Dash

Fantasy Romance

3  

Biswa Bharati Dash

Fantasy Romance

ନଦୀର ନାମ ଅଳସକନ୍ୟା

ନଦୀର ନାମ ଅଳସକନ୍ୟା

1 min
13.5K


....ପ୍ରଶ୍ନ କରିଥିଲନା ???

କାଲି ଯେଉଁଠି ଥିଲି, ଆଜି ବି ମୁଁ ସେଇଠି

ଢ଼ାଳି ଚାଲିଛି ମନ ପ୍ରାଣ ସବୁକିଛି

ହେଲେ ଏ ଦେହ ???

ସେମିତି ନିଥର୍ ନିଶ୍ଚଳ୍ ଜୀବିତ ଏବେବି !!

ଆଉ, ତୁମେ ଓ ତୁମ ଅହଙ୍କାର ...

ସେଥିପାଇଁ ତ ଏତେ ଅସ୍ଥିର

ବିଚଳିତ , ପ୍ରତି ମୁହୂର୍ତ୍ତରେ

ତଥାପି ବୁଝି ପାରନି ...

ସବୁ ପାଇ ବି ତୁମଠାରେ ମଧୁରତା ନାହିଁ !!

ହଁ, ମୁଁ ଦେଇ ଚାଲିଛି ଅହରହ

ସ୍ନେହ ଆଶା ପ୍ରେମ

ଶାନ୍ତ ସରଳ ନିରାମୟ ଜୀବନ !

ଆଉ ତୁମେ , ଦେଇ ଚାଲି ଥାଓ

ଅହରହ ଅଶାନ୍ତ ଘର୍ଘର ନାଦ

ଅତୃପ୍ତ ମୋହାଚ୍ଛନ୍ନ ଅନ୍ତହୀନ ମରଣ !

ବାସ୍ , ତୁମ ମୋ ଭିତରେ ଏଇ ତ ଫରକ୍ !

ତଥାପି ଟାଣି ହୋଇଯାଏ ତୁମ ଆଡ଼କୁ

କାହିଁକି ଏ ଅନିଚ୍ଛାକୃତ ଆକର୍ଷଣ

କାହିଁକି ସେ ଅହଙ୍କାର୍ ପ୍ରତି ଏତେ ମୋହ !

ମୁଁ ବାଟବଣା ଅଳସୀକନ୍ୟା

ତୁମେ କ'ଣ ସେଇ ସ୍ବପ୍ନ ପୁରୁଷ ??

ମୁଁ ହିଁ ଆରମ୍ଭ , ଚିର ପରିଚିତ

ତୁମେ କ'ଣ ସେଇ ଧ୍ରୁବ ସତ୍ୟ ??

କାହିଁ ତୁମେ କେବେ ଶୁଷ୍କ ହେବାର ଶୁଣିନି !

କାହିଁ ତୁମେ କେବେ ଶାନ୍ତ ହେବାର ଦେଖିନି !

କାହିଁ ତୁମେ କେବେ ମୋ ପାଇଁ ତ ଝୁରନି ?

କାହିଁ ତୁମେ ମୋ ପରି ତୃପ୍ତ ହୋଇ ରୁହନି ?

କାହିଁ ତୁମେ ମୋ ପରି ଭାଗ ହୋଇ ପାରନି ?

କାରଣ....

ମୁଁ ସକଳର ଜୀବନ ନଈ

ତୁମେ ମୃତ୍ୟୁର ବେଳାଭୂଇଁ .....

ମୁଁ ମତୁଆଲା ମଧୁଶାଳା

ତୁମେ କଳଙ୍କିତ ପାନ୍ଥଶାଳା .....

ତେବେ କୁହ , ତୁମେ ନା ମୁଁ

କିଏ ପାଇଛି ପୂର୍ଣ୍ଣତା ?

ପଚାରି ଦେଖ ନିଜକୁ ,

ସବୁର ଉତ୍ତର ଶୂନ୍ୟତା ଆଉ ଶୂନ୍ୟତା...

ହଁ ... ଏଇ ବୋଧେ ପ୍ରେମ !!


Rate this content
Log in