Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୭୫

ଜୀବନ ଗୀତା- ୭୫

1 min
6.6K


ଜୀବନ ଗୀତା-୭୫
(ସଂପାଦକ ସାତକଡି ହୋତାଙ୍କୁ ସମର୍ପିତ)
 
ସାରାଟା ଜୀବନ ଦଉଡି ଦଉଡି
ଯାହା ମୁଁ ଅର୍ଜିଲି ସବୁ ମୂଲ୍ୟହୀନ
ଶେଷ ପାହାଚରେ ପହଞ୍ଚିଲା ପରେ
ନାହିଁ ସେସବୁର ଆଉ ପ୍ରୟୋଜନ ॥୦॥
 
ଶୈଶବର ଯେତେ ସରଳତା
ହଜିଗଲା ବସ୍ତାନି ଚାପରେ
ଯୌବନର ଭାବପ୍ରବଣତା
ଲୁଚିଗଲା ପଢାର ଭିତରେ
ମୋହଗ୍ରସ୍ତ ଜୀବନରେ ଧନ୍ଦିହୋଇ
ସାରାଟା ସମୟ ହେଲା ଅକୁଳାନ ॥୧॥
 
ସଫଳତାର ଶିଖରେ ଥାଇ
ବିଭୁ ନାମ ଥରେ ନଭଜିଲି
ଜୀବନ ବାଜି ଜିତିବା ପାଇଁ
ଦିନରାତି ଖାଲି ଦଉଡିଲି
ଅସ୍ତଗାମୀ ଜୀବନରେ ତେଣୁ ଆଜି
ଲୋହିତ ବିଦାୟପର୍ବ ଆୟୋଜନ ॥୨॥


Rate this content
Log in