ସନେଟ -୪୬
ସନେଟ -୪୬
ଆଶ୍ୱାସନା
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ବୈରୀ ବଧିବାକୁ କୃଷ୍ଣ ମଥୁରା ଗମନେ
ମନୋମୁଗ୍ଧକର ଅର୍କ ତନୁଜା ପୁଳିନେ -
ବସି,କଲେ ଅଶ୍ରୁ ପାତ ପ୍ରିୟ ହେଜିମନେ
ବିଲକ୍ଷବତୀ ସୁମନା ସୁମନା ମଉନେ ।।
ବିଲକ୍ଷଣ ବୃଷଭାନୁ-ଜେମାଙ୍କ ଆସିଲା
ବିଭାବରୀ ନେତ୍ରୁ ନୀର ନିରତେ ଝରିଲା ।।
ରବିକର ସ୍ପର୍ଶେ ହୁଏ ଇନ୍ଦୁଭା ଯେସନ
ଲଳିତା ବିଶାଖା ଦଶା ଦିଶିଲା ତେସନ ।।
କୃତାନ୍ତ ଭଗିନୀ କୂଳେ ଶ୍ରୀପତି ଗହଣେ
ରାସକ୍ରୀଡ଼ା ପଡ଼ିବାରୁ ଶ୍ରୀମତୀ ସ୍ମରଣେ ।।
ପଞ୍ଚବାଣେ ପ୍ରାଣ ହାଣି ଦେଲା ରତିପତି
ନିରେଖି ସହିବ କେଉଁ ଛାତି ସେ ଦୁର୍ଗତି ।।
ବିଦ୍ୱେଷି ଧ୍ବଂସି ଫେରିବେ ନିଶ୍ଚେ ବିଶ୍ଵମ୍ଭର
କହି,ଦୂତୀ ତୋଷ କଲା ଚିତ୍ତ ନିର୍ମାଖୀର ।।
ସମାପ୍ତ