Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୁହିତା
ଦୁହିତା
★★★★★

© Mamatamanjari Das

Others

1 Minutes   12.7K    3


Content Ranking

ହାତେ ନାଲିଶଙ୍ଖା ପାଦରେ ଅଳତା

ମଥାରେ ଟାଣି ଓଢଣୀ

ବାପଘର ଛାଡି ଚାଲିଯିବୁ ଝିଅ

ସାଜି ଆଉ କାହା ଘର ରାଣୀ ।

ଶାଶୁ ଶଶୁରଙ୍କୁ ଭକତି କରିବୁ

ଛୋଟଙ୍କୁ କରିବୁ ଆପଣା

ସ୍ନେହ ବଦଳରେ ସ୍ନେହ ପରଶିଲେ

ପରବି ହୋଇବେ ଆପଣା ।

ଦୁହିତା ପରାଲୋ ଦୁଇକୁଳ ହିତା

ବୁଝି ସୁଝି କାମ କରିବୁ

ସ୍ନେହ ପୀରତିରେ ସମସ୍ତଙ୍କୁ ବାନ୍ଧି

ଜଗତ ଟାକୁ ତୁ' ଜିଣିବୁ ।

ଓଢଣୀଟି ତୋର ଅଟଇ ଶାସ୍ବତ

ରଖିବୁ ତାହାର ମାନ

କଟୁକଥା କହି କେବେ ହେଲେ କା'କୁ

କରିବୁନି ଅପମାନ ।

ବାପାର ଗୌରବ ସ୍ବାଭିମାନ ଥାଏ

ତା'ଝିଅ ପଣତ ତଳେ

ଝିଅଟିଏ ଜଦି ସୁନାମ ଅର୍ଜଇ

ବାପା ଛାତି ଗର୍ବେ ଫୁଲେ ।

ବିନମ୍ରତା ଆଉ ସମ୍ଭ୍ରମ ହୋଇଲେ

ବଢିବ ମାଆର ମାନ

ଏତିକି ଯଦି ତୁ' କରିବୁଲୋ ଝିଅ

ମା' ସଂସ୍କାର ହେବ ମହୀୟାନ ।

ଯାହା ହାତ ଧରି ଏରୁଣ୍ଡି ଡେଇଁଲୁ

ସିଏ ହେଲା ତୋର ଆପଣା

ଯେଉଁଠାରେ ତୋର ସବାରୀ ରହିବ

ସିଏ ହେବ ତୋର ଠିକଣା ।

ଦୁହିତା ପରା ତୁ' ଦୁଇକୁଳ ହିତା

ରଖିବୁ ସଭିଙ୍କ ମାନ

ବଡ ମାନଙ୍କର ଆଶିର୍ବାଦ ନେଇ

ସାଂସାରିକ ଜୀବନେ ଦେବୁ ତୋ' ଧ୍ୟାନ।

    ~ମମତା ମଞ୍ଜରୀ ଦାସ ~

ପ୍ରେସ କଲୋନୀ ,ନୂଆପଡା,କଟକ

ଝିଅଟିଏ ଜନ୍ମ ନେଇ ତା'ର ମାଆ ପଣତ ତଳେ ବଢେ ଶିକ୍ଷା ଦୀକ୍ଷା ଶେଷ କରେ ଆଉ ଯେତେବେଳେ ଶାଶୁଘରକୁ ଯାଏ ମା'ର କିଛି ଉପଦେଶ ଓ ସଂସ୍କାର ତା ନୂତନ ସଂସାର ର ଭିତ୍ତି ଭୂମି ହୋଇ ଥାଏ ।ଏହାହି କବିତାର ସାରାଶଂ......

Rate the content


Originality
Flow
Language
Cover design

Comments

Post


Some text some message..