Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Chandra Dash

Others

4  

Sarat Chandra Dash

Others

ସୁଯୋଗ

ସୁଯୋଗ

1 min
13.1K


ସୁଯୋଗ

 

ଶରତ ଚନ୍ଦ୍ର ଦାଶ

 

ଥରୁଟିଏ ମାତ୍ର ଆସଇ ଜୀବନେ

       ସୁବିଧା ସୁଯୋଗ ବହୁ,

ହାତଛଡ଼ା ଯଦି କରିଦିଅ ତାକୁ

       ମିଳିବନି ତେବେ ଆଉ ।

 

ଦୁଃଖ ବହୁବାର ଆସଇ ଜୀବନେ

       ସୁଖ ଥରୁଟିଏ ଆସେ,

ତାକୁ ଯଦି ତୁମେ ଆପଣେଇପାର

       ହାରିବନି କାହା ପାଶେ ।

 

ବିଧାତା ତୁମକୁ ପରୀକ୍ଷା କରଇ

       ଦେଇ ଘାତ-ପ୍ରତିଘାତ,

କେତେହେଁ ସହୁଛ, କେତେହେଁ ଦେଉଛ

       ନିଘା ରଖ ଅବିରତ ।

 

ଦୁର୍ଲ୍ଲଭ ଅଟଇ ମଣିଷ ଜୀବନ

       ନଥାଏ ତା’ଠାରୁ ବଡ଼,

ସୁଯୋଗ ପାଇଲେ ଜାବୁଡ଼ି ଧରିବ

       ଭାଙ୍ଗିଯାଉ ହାଡ଼ଗୋଡ଼ ।

 

ଯୋବ୍ରା, କଟକ

ଫୋନ୍-୯୦୪୦୪୩୪୮୨୩

*****


Rate this content
Log in