Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Others

2  

NIBEDITA MOHAPATRA

Others

ଅପେକ୍ଷାରେ ଏକାଏକା

ଅପେକ୍ଷାରେ ଏକାଏକା

1 min
272


ବେଳାଭୂମି ବାଲୁକା ଶଯ୍ୟାରେ

ସଂନ୍ଧ୍ୟାର ଓଢଣୀ ତଳେ

କେତେ ଆଶା କଳ୍ପନା ନେଇ

ରହିଛି ତୁମ ବାଟଚାହିଁ

ଅପେକ୍ଷାରେ ଏକା ଏକା॥

ଦିନ ମୋର ସରିଯାଏ

ରାତି ପାହେ ନାହିଁ

ସ୍ମୃତିକୁ ଆବୋରି ଧରି

ରହିଛି ତୁମକୁ ଚାହିଁ

ଅପେକ୍ଷାରେ ଏକା ଏକା॥

ରାଗ ରୁଷା ଅଭିମାନ

ସ୍ନେହ ପ୍ରୀତିର ବନ୍ଧନ

ସବୁ ଲାଗେ ଫିକାଫିକା

ତଥାପି ବଞ୍ଚିଛି ମୁହିଁ

ଅପେକ୍ଷାରେ ଏକା ଏକା॥

ହୃଦୟର କେତେ କଥା

ମନର ଅକୁହା ବ୍ୟଥା

ନିରୋଳାରେ କହିବାକୁ ସବୁ

ଚାହିଁ ମୁଁ ବସିଛି

ଅପେକ୍ଷାରେ ଏକା ଏକା॥

ଶ୍ରାବଣରେ ବର୍ଷା ଧାରା

ବସନ୍ତବି ଫୁଲ ଭରା

ଦେଇଥିଲା ଯେତେ କଷ୍ଟ

ସହିଛି ମୁଁ ତୁମପାଇଁ

ଅପେକ୍ଷାରେ ଏକା ଏକା॥

ଢେଉ ଆସି ଫେରି ଯାଏ

ସାଗରବି ଶାନ୍ତ ହୁଏ

ବ୍ଯାକୁଳତା ଯାଏ ବଢି

ବାଟ ତୁମ ଚାହିଁଚାହିଁ

ଅପେକ୍ଷାରେ ଏକା ଏକା॥

ସମୟ ବଦଳି ଯାଏ

ବର୍ତ୍ତମାନ ଅତୀତ ହୁଏ

ଭବିଷ୍ୟତକୁ ଭରସା କରି

ସ୍ମୃତିକୁ ସାଥିରେ ଧରି

ଅପେକ୍ଷାରେ ଏକା ଏକା॥


ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁରୀ


Rate this content
Log in