Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

2  

Kalyani Nanda

Others

ଗାଁ ରେ ଯେବେ ସଞ୍ଜ ନଇଁ ଆସେ

ଗାଁ ରେ ଯେବେ ସଞ୍ଜ ନଇଁ ଆସେ

1 min
198



ସଞ୍ଜ ନଇଁଲେ ପକ୍ଷୀ ଯେବେ ନୀଡେ ଫେରଇ ,

ଗାଁ ଦାଣ୍ଡେ ତେବେ ଗୋରୁ ପଲ ଗୋଠେ ଫେରଇ ,

ଗୋରୁ ପଲ ଦେଖି ବତ୍ସା ଡାକେ ଗୋଠେ ହମ୍ବା ରଡି,

ଗାଁ ଚାଳୁ କୁଣ୍ଡଳିତ ଧୂମ ଆକାଶେ ଯାଏ ଯେ ମିଳାଇ ।


ତୁଳସୀ ଗଛ ମୂଳେ ମାଁ ଦିଏ ସଞ୍ଜ ସଳିତା ଜଳାଇ,

ଜୁହାର ହୋଇ ଦେବ ଦେବୀଙ୍କୁ ସୁମରଣା ସିଏ କରଇ,

ଗାଁ ମନ୍ଦିରରୁ ଶୁଭେ ଘଣ୍ଟ ଧ୍ବନି, ପୁରାଣ ପଠନ ଶୁଭିଲାଣି,

ମନ୍ଦିର ବେଢାରେ ଭକତ ଜନଙ୍କ ସଂକୀର୍ତ୍ତନ ଗୀତ ଶୁଭିଲାଣି।


ଡିବିରି ଜଳାଇ ମାଁ ଭାଜେ ମାଛ ଚୁଲି ମୁଣ୍ଡେ ବସି ,

ପାଖରେ ତା ଗୁଡୁଗୁଡୁ ହୁଏ ଆମ ଘର ପୁଷି ମାଉସୀ ,

ଯେତେ ଠେଲିଲେ ବି ଯାଏନି ସିଏ ,ପାଖରେ ଥାଏ ବସି ,

ମାଛ ଭଜା ଖଣ୍ଡେ ଦିଏ ଯେବେ ମାଁ ,ଖାଉଥାଏ ହୋଇ ଖୁସି ।



Rate this content
Log in