Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ବାଲ୍ୟଦିନର ମିତ୍ରତା

ବାଲ୍ୟଦିନର ମିତ୍ରତା

1 min
342



ସମସ୍ତଙ୍କ ଜୀବନରେ ଥାଏ କେତେ ଯେ ଅଂଶ,

କିଛି ତ ଥାଏ ଅବିସ୍ମରଣୀୟ ଅବଶିଷ୍ଟ ଅଂଶ,

ବାଲ୍ୟଦିନର ମିତ୍ରତା ଯେ ଜୀବନଚର୍ଯ୍ୟାର ଅଭିନ୍ନ ଅଂଶ |୧|


ଦିନ ପରେ ଦିନ ଆସନ୍ତି,

ଦିନ ପରେ ଦିନ ଯାଆନ୍ତି,

ବାଲ୍ୟଦିନର ମିତ୍ର ଦେଖା ଯେ ହୁଅନ୍ତି |୨|


ପିଲାଳିଆ ନାଟ ଯେ କରନ୍ତି,

ଚଗଲିଆ ନାଟ ଯେ କରନ୍ତି,

ସବୁବେଳେ କେତେ ଯେ ଗପ କରନ୍ତି |୨|


ସମୟ ଅନୁସାର ଅଲଗା ହୁଅନ୍ତି ,

କିଛି ବାଲ୍ୟମିତ୍ର ଦେଖା ଯେ ହୁଅନ୍ତି,

କିଛି ବାଲ୍ୟମିତ୍ର କେବେ ନ ଦେଖା ହୁଅନ୍ତି |୩|


ଏହି ବାଲ୍ୟବେଳ ଏମିତି ମନରେ ରହି ଯାଉ,

ଏହି ସୁବର୍ଣ୍ଣ ସମୟ ନିଜ ପାଖେରେ ରହି ଥାଉ,

ବାଲ୍ୟଦିନର ମିତ୍ରତା ବେଳ ପୁଣି ଫେରିକି ଆସି ଯାଉ |୪|


Rate this content
Log in