Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Abstract Others

5.0  

Bauribandhu Lenka

Inspirational Abstract Others

କାଳିଆ

କାଳିଆ

1 min
6.7K


(0)

ଯାହା ମୁଁ ମାଗିଛି ଯେବେ ମୁଁ ମାଗିଛି

ସବୁତ ଦେଇଛୁ ମୋତେ I

ଆଉ ମାଗିବାକୁ ଲାଜ ଲାଗେ କାଳେ

ମନା କରିଦେବୁ ମୋତେରେ କାଳିଆ

ମନା କରିଦେବୁ ମୋତେ II

(1)

ଥିଲି ଆଶା କରି ଯାଆନ୍ତି କି ପୁରୀ

ଦେଖନ୍ତି ତୋ ଶ୍ରୀମନ୍ଦିର I

ଆନନ୍ଦ ବଜାରେ ଖାଆନ୍ତି ଅବଢା

ଦେଖନ୍ତି ବଡ ସିଂହାର I

ଅଛି ମୋ ଭରସା ପୂର୍ଣ୍ଣ ହେବ ଆଶା

ବିଶ୍ୱାସ ରହିଛି ଚିତ୍ତେ I

ଯାହା ମୁଁ ମାଗିଛି ଯେବେ ମୁଁ ମାଗିଛି

ସବୁତ ଦେଇଛୁ ମୋତେ II

(2)

ତୋର ଦାଣ୍ଡ ଧୂଳି ମୋ ଦେହରେ ବୋଳି

ନରେନ୍ଦ୍ରେ କରନ୍ତି ସ୍ନାନ I

ତୋ ରଥ ଦଉଡି ମୋ ଅଣ୍ଟାରେ ଭିଡି

ଟାଣିବାକୁ ହୁଏ ମନ I

ତୁତ ଇଚ୍ଛାମୟ ଚିହ୍ନଉ ହୃଦୟ

କି କହିବି ଆଉ ତତେରେ କାଳିଆ

କି କହିବି ଆଉ ତତେ I

ଯାହା ମୁଁ ମାଗିଛି ଯେବେ ମୁଁ ମାଗିଛି

ସବୁତ ଦେଇଛୁ ମୋତେ II


Rate this content
Log in

Similar oriya poem from Inspirational