Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

ଦିଅ ମୋତେ ଦିବ୍ୟ ଜ୍ଞାନ

ଦିଅ ମୋତେ ଦିବ୍ୟ ଜ୍ଞାନ

1 min
409



ଆହେ ଜଗତ୍ରାତା    ଜଗତ କରତା

ତୁମେ ହିଁ ସବୁରି ପ୍ରାଣ

ଅନାଦି ଅବ୍ୟକ୍ତ           ଅମର ଅନନ୍ତ

ସବୁଠି ଗୋ ବିଦ୍ୟମାନ ।।


ମୁଁ ଯେ ପ୍ରାଣୀ ଛାର        ନିର୍ବୋଧ ମାତର

ବନ୍ଦିବାକୁ କାହିଁ ଶକ୍ତି

ତୁମେ ନିରାକାର           ଅବ୍ୟକ୍ତ ସାକାର

କି ଦେଇ କରିବି ଶାନ୍ତି ?


ଧୂପ ଫୁଲ ବିନା           ଆସିଛି ଗୋ ସିନା

ତୁମ ଦୁଆରକୁ ଆଜି

ଭକତି କୁସୁମେ             ଭାବନାର ପ୍ରେମେ

କରିକି ପାରିବି ରାଜି ??


ଲୋଡ଼ା ନାହିଁ ପ୍ରଭୁ        ଆହେ ସ୍ୱୟଂ ବିଭୁ

ଧନ ଜନ ସନମାନ

ମାଗୁଣି ମୁଁ କରେ          ତଵ ଶ୍ରୀ ପୟରେ

ଦିଅ ମୋତେ ଦିବ୍ୟ ଜ୍ଞାନ ।।



Rate this content
Log in