Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Others

2  

Kamala Satpathy

Others

ଚାକିରିଆଙ୍କର ଭାଗ୍ୟ

ଚାକିରିଆଙ୍କର ଭାଗ୍ୟ

2 mins
212



ଘରଣୀଙ୍କ ସ୍ୱରେ ମେଘର ମହ୍ଲାର

କାନକୁ ଶୁଭୁଛି ମିଠା

ପତିଙ୍କର ନିଦ ଭାଙ୍ଗିଗଲା ବେଗେ

ଦେଖି ଏ ଅଦ୍ଭୁତ କଥା ।


ଆଜିର ସକାଳ ଏଡେ ମୁଗ୍ଧକର

କାହିଁକି ହୋଇଛି ଏତେ

କାମଦାମ ଛାଡି ପତିଙ୍କ ସେବାରେ

କେମିତି ଛିଡା ସେ ସତେ !


ଆଶଙ୍କାରେ ଛାତି ଦବି ଦବି ଯାଏ

ଶୁଣିବେ କି ଫରମାଇସି

କେଜାଣି କେମିତି ଅଦିନ ମେଘଟା

ସକାଳୁ ଯାଉଛି ବର୍ଷି !


“ଶୁଣୁଛ କି ଆହେ ଲଣ୍ଡାବାପା ତୁମେ

ଆଜିର ସକାଳ ଖବର

ଦରମା ବଢିବ ଆଖବୁଜା କରି

ଟିଭିରେ କହିଲେ ସର୍କାର !


ପ୍ରମୋସନ ହେବ, କ୍ୱାଟର ମିଳିବ

ମିଳିବ ବି ଗାଡି ଘୋଡା

ଏତେ ବର୍ଷ କାଳ କଷ୍ଟ କରିଥିଲ

ପାଇବ ସୁଫଳ ଥୋଡା ।


ନୂଆ ସରକାର କରନ୍ତି ଘୋଷଣା

ସଭିଙ୍କ ଦୁଃଖ ହରିବେ 

ସହରଠୁ ନେଇ ଗାଁ ମୁଣ୍ଡ ଯାଏ

ମୁହେଁ ହସ ଫୁଟାଇବେ ।


ଉଠ, ଉଠ, ଆଉ ନକରିକି ମଠ

ପୂର୍ବ ଆକାଶକୁ ଦେଖ

ସୌଭାଗ୍ୟର ସୂର୍ଯ୍ୟ ହସି ହସି କୁହେ

ବିତିଲା ସଭିଙ୍କ ଦୁଃଖ !


ଉପାସ ଭୋକରେ ନ ସଢିବେ କେହି

ଆତ୍ମହତ୍ୟା ନ କରିବେ

ଖଟିଖିଆ ଠାରୁ ଚାକିରିଆ ଯାଏଁ

ସୁବିଧା ସବୁ ପାଇବେ ।


ପନ୍ଦର ଦିନରେ ଦରମା ଟଙ୍କାଟା

ହେବ ନାହିଁ ଅନ୍ତର୍ଦ୍ଧାନ

ଲଣ୍ଡା ସ୍କୁଲ୍ ଫିସ୍ ଭରିଲା ବେଳକୁ

ହଜିଯିବ ନାହିଁ ଜ୍ଞାନ ।


ପନ୍ଦର ବର୍ଷର ଗୃହସ୍ଥି ଭିତରେ

ସଉକି କରିନି କିଛି

ଦରମା ମିଳିଲେ ଗହଣା କିଣିବି

ଆଗରୁ କହି ଦଉଛି ।


ପଡିଶା ଘରର ଦାମାବୋଉ ଆସି 

ମାଗିଲା ତା’ ମାଣେ ଚାଉଳ

ଦିନ କେଇଟାରେ ଦେଇ ଦେବି କହି

ଫେରେଇ ଦେଇଛି ସଅଳ ।


ଖୁସିରେ ଚମକେ ଲଣ୍ଡାବୋଉ ମୁହଁ

ଲଣ୍ଡାବାପା ଦେଖି ତୋବା

କେମିତି ବୁଝେଇ କହିବେ ପତ୍ନୀକୁ

ଏସବୁ ଗୋଲକ ଧନ୍ଦା !


ସର୍କାରୀ ଘୋଷଣା ନାମକୁ ମାତର

ଧୂଆଁବାଣ ସମ ଅଟେ

ଦରମା ବଢିବା କଥା ଉଠୁ ଉଠୁ

ଆକାଶ ପାତାଳ ଫାଟେ ।


ଘରବାଲା ଭଡା ଦିଅନ୍ତି ବଢେଇ

ଦାମ୍ ବଢେ ପରିବାର

ଡାଲି ଚାଉଳ ଅପହଞ୍ଚର ଇଲାକା

ବଢେ ଫିସ୍ ଡାକ୍ତରର ।


ବାଟ ଖର୍ଚ୍ଚ ବଢେ, ଦରଦାମ ବଢେ

ସ୍କୁଲ୍ ର ଦରମା କାଳ

ଖଟିଖିଆ ଚଳେ ଯେମିତି ସେମିତି

ଝଡେ ଚାକିରିଆ ବାଳ ।


ଚାକରାଣୀ ମାଗେ ଦରମା ଅଧିକା

ଦି’ ଗୁଣା ମାଗେ ଧୋବଣୀ

ମାଛ ମାଉଁସର ସ୍ୱାଦ କଥା ପାଟି

କେବେଠୁ ଭୁଲିଗଲାଣି !


ସର୍କାରୀ ଘୋଷଣା ପରେ ସବୁ କଥା

ରୁହେ ନାଲି ଫିତା ତଳେ

ହାକିମ ମାନଙ୍କ ଦୟା ହେଉ ହେଉ

ମହଙ୍ଗାଇ ବଢିଚାଲେ ।


ଲଣ୍ଡାବୋଉଙ୍କର ଭାଗ୍ୟରେ କେବଳ

ଦେଖିବାକୁ ଲେଖା ସ୍ୱପ୍ନ

ଗହଣା କଅଣ, ସୂତୀ ଶାଢିଟେ ବି 

କିଣିବାକୁ ନାହିଁ ଧନ ।


ଲଣ୍ଡାବାପା ମାନେ ଜୀବନଟା ଯାକ

ଖଟନ୍ତି ଗଧର ସମ

ସୀମିତ ଆୟରେ ସଂସାର ଚଳେଇ

ଭୁଲନ୍ତି ନିଜର ନାମ ।


ଦରମା ବଢିବା କଥାଟା ଲାଗଇ

ଶୁଣିବାକୁ ସିନା ଭଲ

କେମିତି ପତ୍ନୀକୁ ବୁଝେଇବେ ଭଲା

ଏ ତ ଗୋଟେ ମାୟାଜାଲ ।


ଦରମା ବଢିବା ନବଢିବା ସଙ୍ଗେ

କିଛି ତ ସଂପର୍କ ନାହିଁ

ଚାକିରିଆଙ୍କର ଭାଗ୍ୟରେ ଲେଖା

ହନ୍ତସନ୍ତର ଜୀବନ ସେହି !



Rate this content
Log in