Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debabrata Jena

Others

2  

Debabrata Jena

Others

ନ୍ୟାୟ

ନ୍ୟାୟ

1 min
190



ସମୟର କ୍ରୁର କରାଳ ଛାୟାରେ

ଭାବୁଥିଲ ତୁମେ ବଡ଼

ସେହି ସମୟର ଚକ୍ରରେ ଆଜିବି

ତୁମେ ହେବ ହଡ଼ବଡ଼ ।।


ନିଜ କାମନାର ଚରିତାର୍ଥ ପାଇଁ

ଏମିତି ନିଷ୍ଠୁର ହେଲ

କାମାନ୍ଧ ହୋଇଣ ଦୁଷ୍କର୍ମ କରିଣ

ଜୀବନ ମୋର ନାଶିଲ ।।


କେତେ ଯୁବତୀଙ୍କ ସଂସାର ଉଜାଡ଼ି 

ଭାଙ୍ଗିଛ ସୁନା ସଂସାର

ତୁମରି ସଂସାର ରହିକି ପାରିବ

କୁହ ଆରେ କୁଳାଙ୍ଗାର ??


କେମିତି ବିହିଯେ ସହିଥାନ୍ତା କୁହ

ତୁମ ସେହି ଅତ୍ୟାଚାର

ପ୍ରେତାତ୍ମା ରୂପେ ଅତୃପ୍ତଆତ୍ମା ମୋ

ଖୋଜୁଛି ତାର ଉତ୍ତର ??


ନିଶ୍ଚେ ମୁଁ ନାଶିବି ତୁମ ଦୁହି ପ୍ରାଣ

ହୁଅନା ଅତି କାତର

ଶିକ୍ଷା ବି ପାଇବ ସମାଜ ଆମର

ଯହିଁ ନ୍ୟାୟ ପାଇବା କଷ୍ଟକର ।।


Rate this content
Log in