ଗ୍ଳାନି
ଗ୍ଳାନି
ପଙ୍କଜିନୀ ଉପାଧ୍ଯାୟ
ଅରଙ୍ଗାବାଦ
ଗ୍ଳାନିର ହୃଦୟ ଅଶାନ୍ତ ବଳୟ
ଗ୍ଳାନି କାପୁରୁଷ ପଣ
ଗ୍ଳାନି ପରବେଶ ଗ୍ଳାନି କରେ ନାଶ
ଗ୍ଳାନି ଅଶାନ୍ତି କାରଣ।
ରଖ ନାହିଁ ଗ୍ଳାନି ହେ ଅଭିମାନିନୀ
ହୃଦୟରୁ ପୋଛିଦିଅ
ଗ୍ଳାନିର ଚାଦର କର ବହିଷ୍କାର
ଅହଙ୍କାର ଛାଡିଦିଅ।
ହୃଦୟକୁ ରଖ ସଦା ପରିସ୍କାର
କର ନାହିଁ ତିରସ୍କାର
ପୁରସ୍କାର ପଛେ ନ ଦିଅ କାହାକୁ
ଗୁରୁ ଜନେ ନମସ୍କାର।
କଳୁଷତା ପୂର୍ଣ୍ଣ ଗ୍ଳାନିର ଜୀବନ
ମନୁ ହରେ ସରସତା
ହୃଦୟ ନିର୍ମଳ ହସି ସ୍ମିତହାସ୍ଯ
ଦୂର କରିଦେବା ବ୍ଯଥା।
ଚନ୍ଦ୍ରର କଳଙ୍କ ପରି ମୁଖାଲୋକ
ଦୁଃଖରେ ଭରା ବଦନ
ବିଷାଦର ମେଘ ଅପସରି ଯିବ
ଜୀବନ ହାହୁତାସନ।
ତେଜିଦିଅ ମନୁ ଗ୍ଳାନି ଅପଘନ
ବିଭୁ ସମର୍ପୀତ ମନ
କାମନା ବାସନା ଅଦ୍ଭୁତ କଳ୍ପନା
ତେଜି ମନ ଦେଖୁ ସ୍ବପ୍ନ।
ସନ୍ଧ୍ୟାର ବାସରେ ଗ୍ଳାନି ତେଜିଦେବା
ଜଗା ନାମ ଧ୍ଯାୟି ଧ୍ଯାୟି
ଜଗାକାଳିଆର ଚରଣ କମଳେ
ମୁଣ୍ଡ ରହିଥାଉ ନଇଁ।
ବିଚଳିତ ମନ ହୁଅଇ ସନ୍ତପ୍ତ
ବିଷାଦର ଘନ ଛାଇ
ସବୁଠି ସବୁଜ ସବୁଜିମା କ୍ଷେତ
ଗ୍ଳାନିମନ ହୁଏ ଦହି।
ନିଷ୍କପଟ ହେବ ପ୍ରିୟଭାଷୀ ଭବ
ପ୍ରିୟର ଜନେ ବିଶ୍ୱାସ
ଶାନ୍ତି ଦୂରହେବ ଗ୍ଳାନି ଭରିଥିବ
ବିଶ୍ୱାସହୀନ ନିଶ୍ବାସ।
ଆସ ଆସ ବନ୍ଧୁ ପ୍ରିୟ ପରିଜନ
ହୋଇଯିବା ଏକମନ
ଗ୍ଳାନି ଦୂର କରି ମାନି ହୋଇଯିବା
ରହିବନି ଅଭିମାନ।