Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Classics Drama

5.0  

ବି. ନିରୁପମା

Action Classics Drama

ତାଙ୍କ ସରି କିଏ ହେବ

ତାଙ୍କ ସରି କିଏ ହେବ

1 min
240



କାଖେ ଜଳକୁମ୍ଭ ଘେନି,

ଯାଉଛନ୍ତି ଦାଣ୍ଡେ ଗ୍ରାମ୍ୟ କାମିିନୀ-

କହି ନାନାରଙ୍ଗେ ବାଣୀ ।


ତାଙ୍କ ହାସ-ପରିହାସ,

ପଥଶ୍ରମ ଯେତେ କରଇ ନାଶ-

ଭାରୀ ନ ଲାଗେ କଳସ ।


ଚନ୍ଦ୍ରକଳା-ଚମ୍ପାବତୀ ,

ପିଲାକାଳୁ ଦୁହେଁ ଅଟନ୍ତି ସାଥୀ-

ଶାଶୁଘର ପାଖ ଅତି ।


ମନ ତାଙ୍କ ନିରିମଳ,

କରନ୍ତିନି କେବେ ସେ ଦୁହେଁ ଗୋଳ-

ଦୁଃଖ ସୁଖରେ ସେ ମେଳ ।


କେହି ନୁହଁନ୍ତି କା' ଅରି ,

ଦିଅନ୍ତି ଆନକୁ ସାହାଯ୍ୟ କରି-

ଆପଣା ଭାବ ସେ ଧରି ।


ଗାଆଁର ସେ ଗଉରବ,

କହନ୍ତି ଥୋକାଏ ମନର ଭାବ-

" ତାଙ୍କ ସରି କିଏ ହେବ ! "



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ


Rate this content
Log in