Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଋତୁରାଜ

ଋତୁରାଜ

1 min
6.6K


ଶୀତ ଗଲା ଯେବେ ଫେରି ଫେରି

ବସନ୍ତ ଆସିଲା ଥିରି ଥିରି

ଚାଦରର କାମ ଗଲା ସରି

ପଙ୍ଖାଟି ବୁଲୁଛି ଘିରି ଘିରି ।

ମଳୟ ବହୁଛି ସିରିସିରି

ପିଲାଏ ହସନ୍ତି କିରିକିରି

ଶୀତର ରାଜୁତି ଗଲା ସରି

ବଉଳ ପଡଇ ଝିରି ଝିରି ।

ଯାନିଯାତ ଆସେ ଫେରି ଫେରି

ବିମାନେ ଠାକୁର ଧରି ଧରି

ଭକତା ବୁଲନ୍ତି ଘିରି ଘିରି

ଖାଇବେ ଆନନ୍ଦେ ଖିରିପୁରି ।

ଉପବନେ ପୁଷ୍ପ କେରିକେରି

ପାଖରେ ଭଅଁର ଘୂରି ଘୂରି

ଫୁଲରୁ ସେ କରେ ମଧୁ ଚୋରି

କିଏ ସେ ପାରିବ ତାକୁ ଧରି ।

ପ୍ରଜାପତି ଚାହେଁ ଉକ୍ତିମାରି

ପୁଷ୍ପ ତନୁଯାଏ ଛୁଇଁ କରି

ସେ ପରିବେଶର ଦିବ୍ୟଶିରି

ଦେଖିବାକୁ ଇଛା ମନ ଭରି ।

ବସନ୍ତ ଋତୁ ଯେ ଉପକାରୀ

କୁହ କେ ହୋଇବ ତା’ର ସରି

ସଭିଙ୍କର ପ୍ରାଣେ ଖୁସି ଭରି

ଧୀରେ ଧୀରେ ପୁଣି ଯାଏ ଫେରି ।


Rate this content
Log in