Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୦୨

ଜୀବନ ଗୀତା-୪୦୨

1 min
159


କବି ସତ୍ୟ ପଟ୍ଟନାୟକଙ୍କୁ ସମର୍ପିତ ।

ଜୀବନ କାହାଣୀ ବଖାଣି ବଖାଣି

ସମୟ ଗଡି ଗଲାଣି

ତଥାପି ବୁଝାଇ ପାରିନାହିଁ କହି

ଜୀବନ ଅଟେ ଆଠଣି ॥୦॥

ଅଧା ଅଧୂରା ଜୀବନ ପରା

ସଂପୂର୍ଣ୍ଣ ନୁହେଁ ସେ କେବେ

ପୂର୍ଣ୍ଣତା ଯିଏ ପାଇଛି ସିଏ

ଦେବତା ସିନା ଏ ଭବେ

ମର୍ତ୍ତ୍ୟରେ ନନ୍ଦନ ରଚିପାରେ ସିନା

ସେଇ ଅଧୂରା କାହାଣୀ ॥୧॥

ସ୍ୱର୍ଣ୍ଣାକ୍ଷରରେ ଇତିହାସରେ

ଝଟକେ କାଳ କାଳକୁ

ଜୀବନ କଥା ଜୀବନ ଗାଥା

ସବଳ କରେ ମୂଳକୁ

ଜୀବନର ପଥ ସରଳ ଅତୀବ

ହେଲେ ଉଠାଣି ଗଡାଣି ॥୨॥


Rate this content
Log in