Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ପିଆଜର ପ୍ରାଧାନ୍ୟ

ପିଆଜର ପ୍ରାଧାନ୍ୟ

1 min
260


ଅତି ହିତକର ଯେ ସ୍ଫୀତମୂଳ ପିଆଜ,

ବ୍ୟଞ୍ଜନର ରୁଚି କରେ ଯିଏ ସତେଜ,

ମନୁଜ ନିଅନ୍ତି ଯାହାର ସ୍ୱାଦର ମଉଜ,

ଉଲି ବିନା ଅସମ୍ପୂର୍ଣ୍ଣ ମସଲାଙ୍କ ରାଇଜ |୧|


ରୁଚିକର ସଜ ପିଆଜର ଯେବେ ବଢିଚାଲେ ଦାମ,

ଗଗନ ଛୁଆଁ ଦର କମିବାର ଯେବେ ନିଏନି ନାମ,

ଦୁଷ୍କର ହୁଏ ଗୃହିଣୀଙ୍କୁ ତରକାରୀ ରାନ୍ଧିବାର କାମ,

ସରକାରକୁ ମହଙ୍ଗା ପଡ଼େ ପିଆଜର ମହଙ୍ଗା ଦାମ |୨|


କେତେ ଯେ ଅଛି ଅନନ୍ୟ ପିଆଜର ପ୍ରାଧାନ୍ୟ,

ହାଣ୍ଡିଶାଳରେ ସଦା ରହିବ ଯାହାର ଆଧିପତ୍ୟ,

ଛୁଙ୍କର ଭୋକେଇବା ମହକ ଯାହା ବିନା ଅସାଧ୍ୟ,

ନିଜ ଅଭାବର ଚର୍ଚ୍ଚା କରାଇବା ଯାହା ଦ୍ୱାରା ସାଧ୍ୟ |୩|  


Rate this content
Log in