ରହିଥା ସଦା ଖୁସିରେ
ରହିଥା ସଦା ଖୁସିରେ
1 min
176
ଅଗଣାରେ ମୋର ପ୍ରଜାପତି ହୋଇ
ଖେଳୁଥିଲୁ ଲୁଚ କାଳି
କେଉଁ ଦୋଷ ପାଇଁ ହାତ ମୋର ଛାଡି
ପର କରିଗଲୁ ଚାଲି
ଭଲ ପାଉଥିଲି ଜୀବନଠୁ ବେଶୀ
ନଥିଲା ମନେ ଛଳନା
କେମିତି ଆଜି ତୁ ଛଳନା ଛୁରିରେ
ମନ କଲୁ ମୋର ଚୁନା
ଚୁନା ହେଲା ସିନା ମୋ ମନ ଆଇନା
ଭୁଲି ନପାରିଲି ତୋତେ
କେଉଁ ଜନମର ପ୍ରତିଶୋଧ ନେଲୁ
କହିବୁକି ଥରେ ମୋତେ
ତଥାପି କହୁଛି ଯେଉଁଠି ବି ଥାଅ
ରହିଥା ସଦା ଖୁସିରେ
ହସୁଥାଉ ତୋର ମଥାର ସିନ୍ଦୁର
ହସୁଥା ତୁ ମୋ ପ୍ରିୟାରେ
[ ପ୍ରେମ୍ କବି ଜଗବନ୍ଧୁ ସାହୁ ]
[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]