Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purna chandra Rana

Comedy

3  

Purna chandra Rana

Comedy

ଦୁଷ୍ଟ ନାତିଆ

ଦୁଷ୍ଟ ନାତିଆ

1 min
363



ଆଈ କହିଥିଲା ଅଜା କାନରେ

ମୋ ପାଇଁ ଆଣିବ ମିଠା ପାନ

ପାନରେ ପକେଇ ମିଠା, ଗୁଜୁରାତି

ଖାଇଲେ ଦେଖିବି ସପନ ।


ଅଜା ଆଣିଥିଲେ ପାନ ହାଟରୁ

ରଖିଥିଲେ ତାକୁ ଲୁଚେଇ

ଦେଖିଥିଲା ତାକୁ ନାତିଆ ଟୋକାଟା

ନେଇଗଲା ନାତି ଚୋରେଇ ।


ଅଜା ବସିଥିଲେ ଦାଣ୍ଡ ଦୁଆରେ 

ପକାଇଲା ଯେ ହୁରି ଆଈ 

କୋଉଠି ରଖିଛ ମୋ ମିଠା ପାନକୁ

ଖୋଜି ଖୋଜି ମୁଁ ପାଉନାହିଁ ।


ଧାଇଁ ଗଲେ ଅଜା ପାନ ପାଖକୁ

ଖୋଜି ଖୋଜି ହେଲେ ହତାସ

ଆଣିଥିବା ପାନ ପାଇଲେନି ଅଜା

କରିଥିଲେ କେତେ ପ୍ରୟାସ ।


ଅଜା ଆସିଲେ ତ ମନ ଦୁଃଖରେ

ବସିଲେ ଆଈର ପାଖରେ

ଆଈ ନାଲି ଓଠ ଦେଖି ଅଜା ବୁଢା 

ଅଜା ଜରଜର ରାଗରେ ।


ଅଜା ପଚାରିଲେ ଆଈ ବୁଢୀକୁ 

କୋଉଠୁ ଆଣିଲୁ ତୁ ପାନ

ନାତିଆ ଟୋକାଟା ଅାଣି ଦେଲା ପାନ

ନାତି ମୋର ସୁନା ସପନ ।


ଆଈ ପଛରେ ଛପିଥିଲା ନାତି

ଧରି ଯେ ଆଣିଥିଲେ ଅଜା

ନାତିଆ ପିଠିରେ ଲଗାଇଣ ତେଲ 

ବଜାଇଲେ ତ ଅଜା ବାଜା ।


          

 


Rate this content
Log in

Similar oriya poem from Comedy