ପଚାର ଲୋ ତାକୁ ପଚାର ସଖି
ପଚାର ଲୋ ତାକୁ ପଚାର ସଖି
ପଚାର ଲୋ ତାକୁ ପଚାର ସଖି
ରତନ ବେଦିରେ ବସି ରଙ୍ଗାଧର
ମୁଚୁକୁନ୍ଦ ହସ କିଆଁ ହସୁଛି?
ମୁହୂର୍ତ୍ତକ ପାଇଁ ପଲକ ପଡୁନି
ଚକାଚକା ଆଖି ସଦା ମେଲାରଖି
ମଉନ ମୁହାଁ ସେ କିସ ଦେଖୁଛି?
ପଚାର ଲୋ ତାକୁ ପଚାର ସଖି
ରତ୍ନ ସିଂହାସନେ ବସି ବଡ଼ପଣେ
ଅରୁଆ ଉସୁନା ଏକା ମଣୁଛି
ଆରତର ଡାକ ଶୁଣିକି ନଶୁଣେ
କର୍ଣ୍ଣ ଡେରି ଅତି ଯତନେ ଶୁଣି ସେ
ପାପିଙ୍କୁ ସରଗ ସୁଖ ଦେଉଛି।
ପଚାର ଲୋ ତାକୁ ପଚାର ସଖି
ଦାରୁବ୍ରହ୍ମ ବୋଲି ଦାରୁ ହେଲାକି ସେ
ସଜ୍ଜନଙ୍କୁ ଦହଗଞ୍ଜ କରୁଛି
ସାତପର କରି ଦୀନଦୁଃଖି ଜନେ
ଥିଲାବାଲାଙ୍କୁ ସେ ଆପଣାର ମଣି
ହସରେ ଖୁସିରେ ଦିନ କାଟୁଛି !
ପଚାର ଲୋ ତାକୁ ପଚାର ସଖି
ଯୁଗେଯୁଗେ ସିଏ କପଟିଆ ବୋଲି
ଦୁନିଆକୁ କିବା ଅଛୁପା ଅଛି?
ସେଥିପାଇଁ ଅଧା ଗଢ଼ା ରହିଗଲା
ସେଥିପାଇଁ ତା'ର ଶୋଚନା ନାହିଁକି
ଚକ୍ର ଛାଡି ସେ କୁଚକ୍ରି ହେଉଛି ?